*ରାଜ୍ୟରେ ନିଜସ୍ୱପାଣ୍ଠି ସଂଗ୍ରହରେ ହିନ୍ଦୋଳ ଏନଏସି ଶ୍ରେଷ୍ଠ*
ହିନ୍ଦୋଳ, ଢେଙ୍କାନାଳ ।
ହିନ୍ଦୋଳ-ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରାଜ୍ୟରେ ଏଜାବତ୍ ହିନ୍ଦୋଳବାସିଙ୍କ ପାଇଁ ଗୌରବ ଆଣିଦେଇଛି। ଖବରରୁ ପ୍ରକାଶ ୨୦୧୩ମସିହାରେ ଗଠିତ ହିନ୍ଦୋଳ ଏନଏସି ଦୀର୍ଘ ୧୩ବର୍ଷ ଧରି ହିନ୍ଦୋଳ ବାସୀଙ୍କ ସେବା ଜାରିରଖି ଆସିଅଛି। ପ୍ରତ୍ୟେକ ପରିଷଦର ପ୍ରାଥମିକତା ରୁହେ ଏନଏସି ର ସ୍ୱଚ୍ଛତା,ପରିମଳ, ଉର୍ନ୍ନତିମୂଳକ କାର୍ଯ୍ୟ ତଥା ଏନଏସି ର ନିଜସ୍ୱ ଆୟ। ତେବେ ହିନ୍ଦୋଳ ଏନଏସି ବର୍ତମାନ ସମୟରେ ନିଜସ୍ୱପାଣ୍ଠି ସଂଗ୍ରହ କରିବାରେ ରାଜ୍ୟରେ ପ୍ରମୁଖସ୍ଥାନ ଗ୍ରହଣ କରିବାସହ ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟସରକାର ଙ୍କ ଦ୍ୱାରା ବର୍ତମାନ ସୁଧା ସ୍ୱାୟତ୍ତଶାସନରେ ପୁରସ୍କୃତ ହୋଇଅଛି।ପରବର୍ତି ସମୟରେ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ହାତରୁ ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଶ୍ରୀ କେଶବ ଚନ୍ଦ୍ର ପ୍ରଧାନ ଓ ନିର୍ବାହୀଅଧିକାରୀ ଶ୍ରୀ ରାଜୀବଲୋଚନ ବେହେରା ମାନପତ୍ର ସହିତ ୨କୋଟି ଟଙ୍କାର ପ୍ରୋତ୍ସାହନ ରାଶିର ଚେକ ଗ୍ରହଣ କରିଛନ୍ତି।ତେବେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ସର୍ବକାଳୀନ ସହଯୋଗ ସମର୍ଥନ,ଅଧ୍ୟକ୍ଷ କେଶବ ପ୍ରଧାନ ଓ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରାଙ୍କ ଦୁରଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପ,କାର୍ଯ୍ୟଦକ୍ଷତା ଓ ପରିଶ୍ରମ ସହିତ ହିନ୍ଦୋଳ ଏନଏସି ର ସମସ୍ତ ପାରିଷଦ, ସମସ୍ତ କର୍ମଚାରୀ,ସ୍ୱଚ୍ଛସାଥି, ସଫେଇ କର୍ମଚାରୀଙ୍କ ପରିଶ୍ରମ ଏବଂ ପୂର୍ବ ଦୁଇଟି ପାରିଷଦ ମାନଙ୍କର ନିରର୍ବିଛୀର୍ଣ୍ଣ କାର୍ଯ୍ୟଦକ୍ଷତା,ଦୁରଦୃଷ୍ଟି ଉଦ୍ୟମ ତଥା ସର୍ବୋପରି ହିନ୍ଦୋଳ ଏନଏସି ବାସୀଙ୍କ ଅକୁଣ୍ଠ ସହଯୋଗ ସମର୍ଥକ ତଥା ଅନୁକୂଳ ଚିନ୍ତାଧାରା ପାଇଁ ହିନ୍ଦୋଳ ଏନଏସି ଶ୍ରେଷ୍ଠତା ପ୍ରତିପାଦିତ କରିପାରିଛି ବୋଲି ହିନ୍ଦୋଳ ଏନଏସି ପକ୍ଷରୁ କୃତଜ୍ଞତା ଜଣାଇ କୁହାଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଏବଂ ନିର୍ବାହୀଅଧିକାରୀ କୃତଜ୍ଞତା ଜଣାଇବାସହ କହିଛନ୍ତି ପୁରସ୍କାର ରାଶିକୁ ହିନ୍ଦୋଳ ଏନଏସି ଜନସାଧାରଣଙ୍କ ସାମୁହିକ ଉର୍ଣ୍ଣୟନମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment