ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ପାଳନ ।
-------------------------
ବ୍ରହ୍ମପୁର , ଠାକୁରାଣୀ ମନ୍ଦିର ନିକଟ ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଜନ୍ମ ଶତବାର୍ଷିକ ପାଳନ କରାଯାଇଛି। ଏଥିରେ ବିଶ୍ଵ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ତତ୍ବାବଧାନରେ ଉପସଭାପତି ସୂର୍ଯ୍ୟ ନାରାୟଣ ଚୋଧିରୀ ସଭାପତିତ୍ବ କରିଥିଲେ ମୁଖ୍ୟ ବକ୍ତା ଭାବେ ପୂର୍ବ ପ୍ରାନ୍ତ ସଂଯୋଜକ ଅରୁଣ କୁମାର ପାଢ଼ୀ ବିଶ୍ବହିନ୍ଦୁ ପରିଷଦ ର ଆବିମୁଖ୍ୟ ଉପରେ ଆଲୋଚନା କରିଥିଲେ ଓ ସନମ୍ମାନୀୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ନାରାୟଣ ଦାସ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଜିବନାବଳି ବନବାସ କ୍ଷେତ୍ର ରେ ହିନ୍ଦୁ ସମାଜର ସୁରକ୍ଷାପାଇଁ ବନବାସୀ କଲ୍ୟାଣ ଆଶ୍ରମର ହଜାର ହଜାର ହିନ୍ଦୁ ଙ୍କୁ ପତ୍ୟବତତ୍ତ କରି ହିନ୍ଦୁ କରିବା ହିନ୍ଦୁ ସମାଜକୁ ଜାଗ୍ରତ କରିବା ଶେସରେ ବିଧର୍ମୀ ଙ୍କ ଆକ୍ରମଣ ସ୍ବାମୀଜୀଙ୍କୁ ଆକ୍ରମଣ କରିଯିବା ଉପରେ ଆଲୋଚନା କରିଥିଲେ ଉକ୍ତ ସଭାରେ ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ଉପସଭାପତି ଲକ୍ଷ୍ମୀ ନାରାୟଣ ସିଂ,ଡା ସୌମେନ୍ଦ୍ର କୁମାର ସାହୁ, ଲଲିତ ମଙ୍ଗରାଜ,ପୂର୍ବତନ ଜିଲ୍ଲା ଉପସଭାପତି କେ କୈଳାସ ପାତ୍ର,ନଗର ସଭାପତି ଉମାଶଙ୍କର ପାତ୍ର, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ପ୍ରମିତ ରଞ୍ଜନ ମହାପାତ୍ର,ଟି ପବନ କୁମାର, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଜୟ କୁମାର ମୁଦୁଲି, ସମ୍ପାଦକ ତ୍ରିନାଥ ମହାପାତ୍ର, ଅରବିନ୍ଦ ମଣ୍ଡଳ, ବିନୋଦ ସିଂ,ଅଜିତ କୁମାର ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ ଶେଷରେ ଶାନ୍ତୀପାଠ କରି ସଭା ସାଂଗ କରାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق