BREAKING
Loading...
:

ବର୍ଷା ଦିନରେ କାମକୁ ଆସୁନି ସାଢେ ୮ ଲକ୍ଷର ରାସ୍ତା

 



ବର୍ଷା ଦିନରେ କାମକୁ ଆସୁନି ସାଢେ ୮ ଲକ୍ଷର ରାସ୍ତା।

ଜେଇ ଏବଂ ବିଡିଓ ଦେଖି ଯାଅନ୍ତୁ ଚାଷୀଙ୍କ ଯନ୍ତ୍ରଣା।

।କାମାକ୍ଷାନଗର,ଢେଙ୍କାନାଳ।


       ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ବାଇସିଙ୍ଗା ଗ୍ରାମ ପଞ୍ଚାୟତବାସୀଙ୍କର ବର୍ଷା ଦିନରେ ରାସ୍ତା ପାଲଟିଛି ଯନ୍ତ୍ରଣା। ଏ ରାସ୍ତାରେ ବର୍ଷା ଦିନରେ ଯିବା ଆସିବା ତ ଦୂରର କଥା,ପାଦ ବି ପକାଇବାକୁ ଦି ଥର ଚିନ୍ତା କରିବ ଜଣେ ବ୍ୟକ୍ତି । ବର୍ଷା ଦିନରେ ପୂରା ରାସ୍ତା କାଦୁଅ ପଚ ପଚ ଅବସ୍ଥା।

       ଏହି ରାସ୍ତାଟିରେ ଗାଁର ଚାଷୀମାନେ ଯାଆସ କରିବାକୁ ବି ନିରାପଦ ମନେ କରୁନାହାନ୍ତି। ମାଳପୁରା ଗାଁ ପୋଖରୀଠାରୁ କନ୍ଦରସିଂହାକୁ ଲମ୍ବିଛି ଏହି ମାଟି ରାସ୍ତା। ରାସ୍ତା ଉନ୍ନତିକରଣ ସକାଶେ ମାଳପୁରା ଗାଁ ପୋଖରୀଠାରୁ ରାସ୍ତାରେ ମାଟି ଓ ମୋରମ୍ ପଡିବା ନେଇ ସରକାରୀ ଫଳକ ଲାଗିଛି। ଏଥିପାଇଁ ବ୍ୟୟ ଅଟକଳ ଥିଲା ୮ ଲକ୍ଷ ୫୦ ହଜାର । ମାଟି ପକାଇବା ସକାଶେ ୬ ଲକ୍ଷ ୨୩ ହଜାର ୫୨୭ ଟଙ୍କା ଏବଂ ମୋରମ ପକାଇବା ସକାଶେ ୨ ଲକ୍ଷ ୧୯ ହଜାର ୮୫୨ ଟଙ୍କା ବ୍ୟୟ ମଂଜୁର ହୋଇଥିଲା। କିନ୍ତୁ ଠିକାଦାର ମହାଶୟ ଏହି ରାସ୍ତାରେ କେବଳ ମାଟି ପକାଇ କାମ ସାରିଦେଇଛନ୍ତି,ଆଦୌ ମୋରମ୍ ପଡିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ହେଲେ ପୂରା କାମର ବିଲ୍ ହୋଇ ସାରିଥିବା ଜଣାପଡିଛି। ଗାଁ ରାସ୍ତା ଉନ୍ନତିକରଣ କାମ କେତେ ହୋଇଛି ବାସ୍ତବତା ବର୍ଷା ଆସିବା ପରେ ଗାଁର ପ୍ରାୟ ଦେଢ ହଜାର ଲୋକ ଭୋଗୁଛନ୍ତି। ଏହି ରାସ୍ତାରେ ସମସ୍ତେ ନିଜ ଜମିକୁ ଯିବା ବେଳେ କାଦୁଅ ପଚପଚ ରାସ୍ତାରେ ପାଦ ରଖିବାକୁ ଭୟ କରୁଛନ୍ତି। କିଛି ଲୋକ ଅଧା ବାଟରେ ଫସିବା ପରେ ଘରକୁ ଫେରି ଆସନ୍ତି,କିଛି କାଦୁଅ ରାସ୍ତାରେ ପଡି ଅନେକ ଶ୍ରମିକ ଖଣ୍ଡିଆ ହେବାର ବି ନଜିର ରହିଛି।

       ଠିକାଦାର ମହାଶୟ ଯଦି ଏହି ରାସ୍ତାରେ ମାଟି ସହିତ ମୋରମ୍ ପକାଇଥାନ୍ତେ,ତେବେ ରାସ୍ତା ଅବସ୍ଥା ବର୍ଷା ଦିନରେ ଏମିତି ହୋଇନ‌ଥାନ୍ତା ବୋଲି କହିଛନ୍ତି ଗ୍ରାମବାସୀ। ମାଳପୁରା ଗାଁଠାରୁ କେନ୍ଦୁପଶି ରାସ୍ତାର ଅବସ୍ଥା ନେଇ କାମାକ୍ଷାନଗର ବ୍ଲକର ଜେଇ ପାର୍ଥବୀ ଦେହୁରୀଙ୍କୁ ଜଣାଇଥିଲେ ମଧ୍ୟ,କିଛି ଫଳ ହୋଇନ‌ଥିବା ସୂଚନା ମିଳିଛି।

      ବର୍ଷା ଦିନରେ ଏହି ରାସ୍ତା ସମସ୍ୟା ନିଜେ ବିଡିଓ ଏବଂ ଜେଇ ମହାଶୟ ଦେଖି ଆସିଲେ,ବାସ୍ତବତା ଜାଣିପାରନ୍ତେ। ଆଗକୁ ଚାଷୀ ଏହି ରାସ୍ତା କାମକୁ ନେଇ ଆନ୍ଦୋଳନକୁ ଓଲ୍ହାହିବେ ବୋଲି କ‌ହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS