BREAKING
Loading...
:

ଜନବସତି ନିକଟରେ ବୁଲୁଛି ହାତୀ ଛୁଆ।ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ଭୟ ଓ ଉତ୍ସୁକତା।

 



ଜନବସତି ନିକଟରେ ବୁଲୁଛି ହାତୀ ଛୁଆ।ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ଭୟ ଓ ଉତ୍ସୁକତା।

ଜିଲିଣ୍ଡା, ନରସିଂହପୁର।


        ନରସିଂହପୁର ବ୍ଲକ ଜିଲିଣ୍ଡା ରେଞ୍ଜ ଅଧୀନ ସତ୍ୟଜୟପୁର ଗ୍ରାମରେ ଏକ ହାତୀ ଛୁଆ ବୁଲୁଥିବା ଦେଖିବାକୁ ମିଳିଛି। ଜନବସତି ନିକଟରେ ହାତୀ ଛୁଆଟି ଘୂରି ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ଓ ଉତ୍ସୁକତା ଦେଖାଦେଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ  ବିଳମ୍ବିତ ରାତି କିମ୍ବା  ଭୋର ସମୟରେ ହାତୀ ଛୁଆଟି ନିକଟସ୍ଥ ଜଙ୍ଗଲରୁ ଦଳଚ୍ୟୁତ ହୋଇ ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି। ଫସଲ କିମ୍ବା ଖାଦ୍ୟ ଅନ୍ୱେଷଣରେ ଆସି ତାହା ବାଟବଣା ହୋଇ ସତ୍ୟଜୟପୁର ଗ୍ରାମ ନିକଟରେ ରହିଯାଇଛି। ସକାଳୁ ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ଭୟଭୀତ ହୋଇପଡ଼ିଥିଲେ।

ହାତୀ ଛୁଆଟି ତାର ପଲଠାରୁ ଅଲଗା ହୋଇଯାଇଥିବା ସନ୍ଦେହ କରାଯାଉଛି। ନିକଟରେ ମାଇ ହାତୀ କିମ୍ବା ହାତୀପଲ ଥିବା ଆଶଙ୍କାରେ ଲୋକେ ଆତଙ୍କିତ। ଗ୍ରାମବାସୀ ଏ ସମ୍ପର୍କରେ ତୁରନ୍ତ ଜିଲିଣ୍ଡା ବନ ବିଭାଗକୁ ଖବର ଦେଇଛନ୍ତି। ଗ୍ରାମବାସୀଙ୍କୁ ହାତୀ ଛୁଆ ପାଖକୁ ନଯିବା, ତାକୁ ବିରକ୍ତ ନକରିବା ଏବଂ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛୁଆଟିର ଗତିବିଧି ଉପରେ ନଜର ରଖିବା ସହ ତାକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇ ନେବା କିମ୍ବା ତାର ପଲ ସହ ମିଶାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS