ମୁଣ୍ଳଳୀ ବ୍ରିଜ୍ ର ଦୂରାବସ୍ଥା।ମୁଣ୍ଡଳୀ ବ୍ରିଜ୍ ପାଲଟିଛି ମରଣଯନ୍ତା।ଯାତ୍ରୀ ହେଉଛନ୍ତି ହନ୍ତସନ୍ତ, ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ର ଭାଙ୍ଗୂନି ନିଦ।
ମୁଣ୍ଡଳୀ,କଟକ।
ମୁଣ୍ଡଳୀ ବ୍ରିଜ ଉପରେ ପ୍ରତୈକ ଦିନ ଛୋଟ ବଡ଼ ଦୁଇ ଚକିଆ ଯାନ ଠୁ ଆରମ୍ଭ କରି ବଡ଼ ବଡ଼ ଓଜନିଆ ଯାନ ବାହନ ଶହ ଶହ ସଂଖ୍ୟାରେ ଯାତାୟାତ କରୁଥିବା ବେଳେ ବ୍ରିଜ୍ ଉପର ରାସ୍ତା ହୋଇ ପଡ଼ିଛି ଅତି କଦର୍ଯ୍ୟ।ବଡ଼ ବଡ଼ କାଳ ଖମଣ ସୃଷ୍ଟି ହେବା ଯୋଗୁଁ ଯାତ୍ରୀ ମାନେ ଅନେକ ସମୟ ରେ ଦୂର୍ଘଟଣା ର ଶୀକାର ହୋଇ ମୃତାହତ ମଧ୍ୟ ହେଉଛନ୍ତି। ଏପରିକି ମୁଣ୍ଡଳୀ ବ୍ରିଜ୍ ପାର୍ଶ୍ଵସ୍ଥ କାନ୍ଥ ରେ ବର,ଅଶ୍ବତଥ୍ ଭଳି ଅନ୍ୟାନ୍ୟ ବୃକ୍ଷ ଉଠି ବ୍ରିଜ୍ ର ସ୍ଥିତି ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛି।ଏହି ବ୍ରିଜ୍ ଦେଇ ହଜାର ହଜାର ଯାତ୍ରୀ କଟକ, ଭୁବନେଶ୍ୱର କୁ ଯାଉଥିବା ବେଳେ ଯାତ୍ରୀ ମାନଙ୍କର ସୁରକ୍ଷା ନେଇ ଉଠିଛି ବଡ଼ ପ୍ରଶ୍ନ। ଆଞ୍ଚଳିକ ସ୍ତରରେ ବହୁ ବୁଦ୍ଧିଜୀବୀ ସରକାର ଓ ପ୍ରଶାସନ ର ବ୍ରିଜ୍ ର ରକ୍ଷଣାବେକ୍ଷଣ କୁ ନେଇ ଅଣଦେଖା କରିବାକୁ ନାପସନ୍ଦ କରୁଥିବା ବେଳେ ସ୍ଥାନୀୟ ଯୁବ ସମାଜ ସେବୀ ମାନସ ବେହେରା ବ୍ରିଜ୍ ଓ ରାସ୍ତା ର ତ୍ଵରିତ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق