BREAKING
Loading...
:

ପାଣିରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ।

 ପାଣିରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ।



ଲାଞ୍ଜିଗଡ, -:  ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡ଼ୁମେରମୁଣ୍ଡା ଠାରେ ପାଣିରେ ବୁଡି ଜଣେ ଯୁବତୀର ମୃତ୍ୟୁ ଘଟିଛି I ଯୁବତୀ ଜଣକ ଡ଼ୁମେରମୁଣ୍ଡା ଗ୍ରାମ ଇଜୁରୁପାର ଶାନ୍ତି ମାଝୀ (୨୮) ଅଟେ I ପୋଲିସ ସୂଚନାନୁସାରେ ଯୁବତୀ ଜଣକ ଅପରାହ୍ନ ସାଢେ ୧୨ ଘଣ୍ଟା ସମୟରେ ଘର ନିକଟସ୍ଥ ନାଳକୁ ଗାଧେଇବାକୁ ଯାଇଥିଲେ I ଗାଧେଇ ସାରିଲାପରେ ଘରକୁ ଫେରିବା ପାଇଁ ନାଳ ହୁଡ଼ା ଚଢ଼ୁଥିବା ବେଳେ ଗୋଡ ଖସିଯିବାରୁ ନାଳ ଭିତରେ ପଡିଯାଇଥିଲେ ଏବଂ ପାଣିରେ କିଛିବାଟ ଭାସିଯାଇଥିଲେ I ଭାସି ଯିବା ଅବସ୍ଥାରେ ଗାଁର ଯୁବକ ମାନେ ଗାଧଉଥିବା ବେଳେ ଭାସି ଯାଉଥିବା ଦେଖି ଯୁବତୀ ଜଣକୁ ଉଦ୍ଧାର କରି ହୁଡ଼ା ଉପରକୁ ଆଣିଥିଲେ ଏବଂ ପରିବାର ଲୋକଙ୍କୁ ଖବର ଦେଇଥିଲେ I ଖବରପାଇ ପରିବାର ଲୋକେ ଆସି ପହଞ୍ଚିଥିଲେ ଏବଂ ଯୁବତୀଙ୍କର ଦେଖିଲାପରେ ମୃତ୍ୟୁ ଘଟିଥିବା ଜାଣିପାରିଥିଲେ  I ଯୁବତୀର ଭାଇ ପୂର୍ଣ୍ଣ ଚନ୍ଦ୍ର ମାଝୀ ବିଶ୍ୱନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ଲିଖିତ ଅଭିଯୋଗ ପାଇବାପରେ  ବିଶ୍ୱନାଥପୁର ଏସଆଇ ପ୍ରବୀଣ ରଥ ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଲାଞ୍ଜିଗଡ ଶବ ବ୍ୟବଛେଦ ପାଇଁ ପଠେଇଥିଲେ I ଏନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS