BREAKING
Loading...
:

ଇଟାମାଟି ଗିଭି ବ୍ଲଡ଼ ସେଭ୍ ଲାଇଫ ତରଫରୁ ଗୁରୁ ଦିବସ ପାଳନ

ଇଟାମାଟି ଗିଭି ବ୍ଲଡ଼ ସେଭ୍ ଲାଇଫ ତରଫରୁ ଗୁରୁ ଦିବସ ପାଳନ 



ନୟାଗଡ (ମଣିଭଦ୍ରା ଖବର)  ଗୁରୁଦିବସ ଉପଲକ୍ଷେ "ଗିଭ ବ୍ଲଡ ସେଭ୍ ଲାଇଫ "ତରଫରୁ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ଇଟା ମାଟି ଠାରେ ଗୁରୁ ଦିଵସ ପାଳନ କରାଯାଇଥିଲା। ଏଥିରେ ବାଳିକା ଉଚ୍ଚ ବିଦ୍ୟାଳୟ, ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଓ ଶ୍ରୀ ଅରବିନ୍ଦପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର  ସମେତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ ମିଶି ପ୍ରାୟ ୧୫୦ ଜଣରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାର ପ୍ରାରମ୍ଭରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କୁମାର ସାହୁ ସୁଲଳିତ ସ୍ୱରରେ ଗୁରୁ ବନ୍ଦନା ଗାନ କରି ଥିଲେ। ଅତିଥି ମାନେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଧୂପ ଦୀପ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥଲେ।ଏହି ସଂସ୍ଥାର ସଭାପତି ଶ୍ରୀଯୁକ୍ତ ଭାଗିରଥୀ ବାଈ ସଭାପତିତ୍ୱ କରିଥିବା ବେଳେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତଥା ଅନୁବାଦକ, ନାଟ୍ୟକାର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ। ଅତିଥି ରୂପେ ବାମନ ଅବକାଶର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାପାତ୍ର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ଦାସ, ସମାଜସେବୀ ଶ୍ରୀଯୁକ୍ତ ଦାମୋଦର ସାହୁ, ସମାଜ ସେବୀ ତଥା ବରିଷ୍ଠ ନାଗରିକ ଜଗନ୍ନାଥ ଦାସ, ଅବସର ପ୍ରାପ୍ତ ଶିକ୍ଷକ ସଂଘର ସଭାପତି ତଥା ରଜ୍ୟପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଡ଼. ସୁକାନ୍ତି ମହାନ୍ତି ,ବଂଶୀଧର ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ବାଳା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ସମସ୍ତେ ଗୁରୁ ଦିଵସ ବିଷୟରେ ନିଜ ନିଜର ବକ୍ତବ୍ୟ ରଖି ଆଲୋଚନା କରିଥିଲେ । ସମାଜ ସେବୀ ବବୁଲ୍ ଦାସ, ବିରୁଡା, ସମାଜ ସେବୀ ସନ୍ତୋଷ ପ୍ରଧାନ ନୋତର ଙ୍କୁ ସମାଜ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଚମ୍ପତ୍ତି ପୁରର ପୂର୍ବତନ ସରପଞ୍ଚ ବାଞ୍ଛା ନିଧି ବେହେରା, ବିଶ୍ୱରଞ୍ଜନ ଷଡ଼ଙ୍ଗୀ, ଭୀମସେନ ସିଂ, ସନ୍ତୋଷ ନାୟକ, ସରୋଜ ମଣ୍ଡଳ, ଗଣେଶ ମୁଦୁଲି ,ରାକେଶ ଶର୍ମା ଦାଶ, ସରୋଜ ସାହୁ ଓ ଗିଭ ବ୍ଲଡ ସେଭ୍ ଲାଇଫ ର ସମସ୍ତ ସଭ୍ୟ ଏଥିରେ ସହଯୋଗ କରିଥିଲେ ।ସର୍ବ ଶେଷରେ ଗୁରୁ ବନ୍ଦନା ସହ ଶାନ୍ତି ପାଠ କରାଯାଇ ଆସରକୁ ସାଙ୍ଗ କରା ଯାଇଥିଲା।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS