BREAKING
Loading...
:

ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାକୁ ଗତକାଲି ରାୟଗଡା ପୋଲିସ ଗିରଫକରିଛି




 ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାକୁ ଗତକାଲି ରାୟଗଡା ପୋଲିସ ଗିରଫ କରିବା ଘଟଣାରେ  ଡଙ୍ଗରିଆଙ୍କ ଦ୍ୱାର ବିକ୍ଷୋଭ କରାଯାଇଛି।ଲଦ ଶିକକା ନିୟମଗିରି ସୁରକ୍ଷା ପାଇଁ ବିଭିନ୍ନ ଆନ୍ଦୋଳନ ପ୍ରତିବାଦରେ ସାମିଲ ଥିବା ଘଟଣାରେ ରାୟଗଡା ପୋଲିସ ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜ ହୋଇଛି।ଉକ୍ତ ମାମଲାରେ ସଂଶ୍ଲିଷ୍ଟ ଥିବା କେଶ ଗୁଡାକ ମଧ୍ୟରୁ ଗତକାଲି ଲାଞ୍ଜିଗଡ କୋର୍ଟରୁ ବେଲରେ ଆସି ଥିଲେ।ଆସିବା ସମୟରେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଢେପାଗୁଡା ଛକ ନିକଟରୁ ରାୟଗଡା ପୋଲିସ ଗିରଫ କରିଥିଲା।ପୋଲସ କୁଆଡେ ନେଇଛି ପରିବାକୁ କିମ୍ବା ଲଦ ଶିକକାଙ୍କ ଓକିଲଙ୍କୁ ମଧ୍ୟ ଜଣାଇନଥିବା ଆଶ୍ଚର୍ଯ୍ୟ କରିଛି ବୋଲି ଓକିଲ ପ୍ରକାଶ କରିଛନ୍ତି।ସେହିଭଳି ୧୨ଟି କେଶ ୱାରେଣ୍ଟ ଲଦଙ୍କ ବିରୁଧରେ ରହିଛି ଵର୍ତମାନ ତଦନ୍ତ ଚଲାଇଛି ବୋଲି ରାୟଗଡା ଏସପି ରାଜେଶ କୁମାର ପ୍ରକାଶ କରିଛନ୍ତି।ଏହି ଗିରଫ ଘଟଣା ନିୟମଗିରି ଅଞ୍ଚଳରେ ପ୍ରଚାର ହେବାପରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ ମାନେ ଏକତ୍ରିତ ହୋଇ ଥିଲେ। ଦିନ ଦୁଇଟା ବେଳେ ହନୁମାନ ମନ୍ଦିର ଠାରୁ ଏକ ପଟୁରରେ ବାହାରି ପୋଲିସ ବିରୁଧରେ ନାରା ଦେଇ ଥାନା ନିକଟକୁ ଯାଇ ପ୍ରତିବାଦ କରିବା ସହ ଘେରାଉ କରିଥିଲେ। ଲଦକୁ ଯଥା ଶୀଘ୍ର ମୁକ୍ତି ପ୍ରଦାନ କର ବୋଲି ଲିଖିତ ଅଭିଯୋଗ କରିଥିଲେ।ଡଙ୍ଗରିଆଙ୍କ ମେଳିକୁ ନେଇ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା।ପୋଲିସ ଏସ ଡି ପି ଓ ଗୌର ହରୀ ସାହୁ, ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଓ କଲ୍ୟାଣସିଂହପୁର ଥାନା ଅଧିକାରୀ ଅଜିତ ପରିଡା ଲୋକଙ୍କୁ ବୁଝାସୁଝା କରିଥିଲେ।ପରେ ଡଙ୍ଗରିଆ ମାନେ ଚାଲିଯାଇଥିଲେ।ଗତ ୨୦୧୨ ମସିହାରେ ସାନ ଡେଙ୍ଗଲେଲି ଗ୍ରାମରେ ଘଟିଥିବା ଘଟଣାରେ ମାମଲା ରୁଜ ହୋଇଥିଲା। ଉକ୍ତ ମାମଲାରେ ପୋଲିସ ଗିରଫ କରିଥିବା ଲଦକୁ ଦିନ ଦୁଇଟା ବେଳେ ରାୟଗଡା କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS