BREAKING
Loading...
:

ପୌର ନିର୍ବାଚନ ପାଇଁ ଜାରି ହେଲା ୱାର୍ଡ଼ ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ନୂଆ ସମୟସୂଚୀ

 ପୌର ନିର୍ବାଚନ ପାଇଁ ଜାରି ହେଲା ୱାର୍ଡ଼ ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ନୂଆ ସମୟସୂଚୀ



ଓଡ଼ିଶାରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ମ୍ୟୁନିସିପାଲିଟି ଓ ଏନ୍‌ଏସି ଗୁଡ଼ିକର ୱାର୍ଡ଼ ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପାଇଁ ଏକ ନୂତନ ଏବଂ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି ।


ଏହି ନୂତନ କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ସମସ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସି ପାଇଁ ୱାର୍ଡ଼ ପୁନଃନିର୍ଦ୍ଧାରଣ ଏବଂ ସଂରକ୍ଷଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ବିଜ୍ଞପ୍ତି ଆଧାରରେ ସାଧାରଣ ଜନସାଧାରଣ ନିଜର ଆପତ୍ତି, ଅଭିଯୋଗ କିମ୍ବା ସୁଚିନ୍ତିତ ପରାମର୍ଶ ଦାଖଲ କରିବା ପାଇଁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି।


ଜନସାଧାରଣଙ୍କ ଆପତ୍ତି ଏବଂ ଅଭିଯୋଗଗୁଡ଼ିକର ସମୀକ୍ଷା କରାଯିବା ପରେ ଅକ୍ଟୋବର ୭ ତାରିଖ ସୁଦ୍ଧା ଏହି ସମ୍ପର୍କିତ ଅନ୍ତରୀଣ କିମ୍ବା ଅସ୍ଥାୟୀ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହାପରେ ଆବେଦନଗୁଡ଼ିକର ଶୁଣାଣି ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଅକ୍ଟୋବର ୨୬ ରୁ ଅକ୍ଟୋବର ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଶୁଣାଣିର ଅନ୍ତିମ ନିଷ୍ପତ୍ତି ପରେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ୱାର୍ଡ଼ ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯିବ। ପୌର ନିର୍ବାଚନ ପ୍ରକ୍ରିୟାକୁ ଏକ ନିର୍ଦ୍ଧାରିତ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୁଚାରୁରୂପେ ଶେଷ କରିବା ପାଇଁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS