BREAKING
Loading...
:

ଛତ୍ରପୁରରେ ବିଜେଡିକୁ ବଡ଼ ଧକ୍କା, ଏକାସାଙ୍ଗେ ଦଳ ଛାଡ଼ିଲେ ୧୦ କାଉନସିଲର୍‌

 ଛତ୍ରପୁରରେ ବିଜେଡିକୁ ବଡ଼ ଧକ୍କା, ଏକାସାଙ୍ଗେ ଦଳ ଛାଡ଼ିଲେ ୧୦ କାଉନସିଲର୍‌



ଛତ୍ରପୁର: ଛତ୍ରପୁର ପୌରାଞ୍ଚଳରେ ବିଜୁ ଜନତା ଦଳ (ବିଜେଡି)କୁ ଲାଗିଛି ବଡ଼ ଝଟକା। ଏକାସାଙ୍ଗେ ୧୦ ଜଣ ବିଜେଡି କାଉନସିଲର୍‌ ଦଳ ଛାଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଛତ୍ରପୁର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।


ସୂଚନା ଅନୁସାରେ, ବିଭିନ୍ନ କାରଣ ଦର୍ଶାଇ ୧୦ ଜଣ କାଉନସିଲର୍‌ ବିଜେଡିରୁ ନିଜକୁ ଅଲଗା କରିଛନ୍ତି। ଏକାଥରକେ ଏତେ ସଂଖ୍ୟକ ନିର୍ବାଚିତ ପ୍ରତିନିଧି ଦଳ ଛାଡ଼ିବା ଘଟଣା ବିଜେଡି ପାଇଁ ଛତ୍ରପୁରରେ ଏକ ବଡ଼ ରାଜନୈତିକ ଝଟକା ବୋଲି ଚର୍ଚ୍ଚା ହେଉଛି।


ତେବେ ଏହି ୧୦ କାଉନସିଲର୍‌ କେଉଁ ଦଳରେ ଯୋଗଦେବେ, ତାହାକୁ ନେଇ ଏବେ ନଜର ରହିଛି। ଅନ୍ୟପଟେ, ସେମାନଙ୍କ ଦଳତ୍ୟାଗ ପଛରେ ଥିବା ପ୍ରମୁଖ କାରଣ ଓ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।


୧୦ କାଉନସିଲର୍‌ଙ୍କ ଏକାସାଙ୍ଗରେ ଦଳ ଛାଡ଼ିବା ଆଗାମୀ ଦିନରେ ଛତ୍ରପୁର ପୌର ରାଜନୀତିରେ କି ପ୍ରଭାବ ପକାଇବ, ତାହା ଉପରେ ସମସ୍ତଙ୍କ ନଜର।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS