ରାସ୍ତା ନିର୍ମାଣ ଦାବିରେ ଗୁଡ଼ିଆକାଟେଣୀ- ହିନ୍ଦୋଳ ରାସ୍ତା ଅବରୋଧ /ଖରାପ ରାସ୍ତା ପାଇଁ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ତରଫରୁ ରାସ୍ତା ଅବରୋଧ ।
ହିନ୍ଦୋଳ, ଢେଙ୍କାନାଳ।
ଢେଙ୍କାନାଳ ଜିଲ୍ଲା କଂଗ୍ରେସ ତରଫରୁ ଗୁଡ଼ିଆକାଟେଣୀ ରୁ ହିନ୍ଦୋଳ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରାଯାଇଛି I ଗୁଡ଼ିଆକାଟେଣୀ ଠାରୁ ହିନ୍ଦୋଳ ରାସ୍ତାଟି ଖରାପ ହୋଇ ଯାଇଛି,ଖାଲ ଖମା ଭର୍ତ୍ତି ହୋଇଥିବା ବେଳେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏହାର ପ୍ରତିବାଦରେ ଏ ରାସ୍ତା ଅବରୋଧ କରାଯାଇଛି I ପ୍ରତିଦିନ ହଜାର ହଜାର ଯାନବାହନ ଏହି ରାସ୍ତାରେ ଯାତାୟାତ କରନ୍ତି I ଖରାପ ରାସ୍ତା ପାଇଁ ହିନ୍ଦୋଳ ଅଞ୍ଚଳରେ ବ୍ୟବସାୟ ବାଧାପ୍ରାପ୍ତ ହେବା ସହିତ କୌଣସି ଜରୁରୀ କାଳୀନ ସୁବିଧା ଠିକରେ ପହଂଚିପାରୁନାହିଁ I କଂଗ୍ରେସ ଢେଙ୍କାନାଳ ଜିଲ୍ଲା ସଭାପତି ଛବିରାଜ ବିଶ୍ୱାଳ,ହିନ୍ଦୋଳ ବ୍ଲକ ସଭାପତି ଗୋବର୍ଦ୍ଧନ ନାଏକ,କଂଗ୍ରେସ କର୍ମୀ ସୌମ୍ୟରଞ୍ଜନ ନାଥ,ତ୍ରିନାଥ ବେହେରାଙ୍କ ସହିତ କଂଗ୍ରେସ କର୍ମୀ ଏବଂ ଅଂଚଳବାସୀ ଯୋଗଦେଇଥିଲେ I ତୁରନ୍ତ ରାସ୍ତା ନିର୍ମାଣ ନ ହେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି I
ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଛାବିରାଜ୍ ବିଶ୍ଵାଳଙ୍କ ନେତୃତ୍ୱ ରେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଗୁଡ଼ିଆ କାଟେଣୀ ଠାରୁ ବାଲିମି ପଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଥିବା ହେତୁ ଜନସାଧାରଣଙ୍କ ସୁବିଧା ପାଇଁ ଗୁଡ଼ିଆ କାଟେଣୀ ଠାରେ ରାସ୍ତା ରୋକ କରାଯାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق