ବ୍ରମ୍ହପୁର(ଗଞ୍ଜମ୍), ହୁମା ତାଲୁକା ସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ, ଗଞ୍ଜାମ ଜିଲ୍ଲା ବିଶ୍ଵକର୍ମା ସମାଜ ଓ ୩୪ ତାଲୁକା ବିଶ୍ଵକର୍ମା ସମାଜ ରାଜଶ୍ରୀ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ , ରାଜଶ୍ରୀ ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ ମହାରଣା, ସଭାପତି ଶ୍ରୀ କୃଷ୍ଣ ମହାରଣା ଓ ଜିଲ୍ଲା ସଭାପତି ଶ୍ରୀ ଅଜୟ ମହାରଣା ଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ହୁମା ତାଲୁକା ର ସୁପରିଚାଳନା ପାଇଁ ସଭାପତି ଭାବେ ଶ୍ରୀ ଗଣେଶ ମହାରଣା ଙ୍କୁ ଚୟନ କରାଯାଇଥିଲା,ତତ୍ ସହିତ ସଂପାଦକ, କୋଷାଧ୍ୟକ୍ଷ, ଉପଦେଷ୍ଟା ମଣ୍ଡଳୀ ମଧ୍ୟ ଚୟନ କରିବା ସହ ସପଥ ପାଠ କରାଯାଇଥିଲା। ସଭାପତି ଶ୍ରୀ ଅଜୟ ମହାରଣା ତାଙ୍କ ବକ୍ତବ୍ୟରେ କହିଥିଲେ, ସମସ୍ତ ତାଲୁକା ପରସ୍ପର ମଧ୍ୟରେ ସୁସମ୍ପର୍କ ରଖି ସାଧାରଣ ଜାତି ଭାଇ ଙ୍କ ସେବା କରିବା ଉପରେ ଗୁରୁତ୍ବ ଦେଇଥିଲେ।
ଆଗାମୀ ୩୦/୮/୨୦୨୬ ତାରିଖ ରବିବାର ଦିନ ହେବାକୁ ଥିବା ମହାସଭା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ସଭାରେ ଅନେକ ତାଲୁକା ତଥା ସୋରଡ଼ା, ଆସ୍କା,ଆଠଗଡ଼,ତେରସ୍ଥାନ,ପୂର୍ବଖଣ୍ଡ,ମହୂରୀ,ବିରୁଳି,ପାଲୁର,ମନସୁରକୋଟ ଅଂଶ ଗ୍ରହଣ କରିଥିଲେ। ଶେଷରେ ମହୂରୀ ତାଲୁକା ସଭାପତି ଶ୍ରୀ ତ୍ରିପତି ମହାରଣା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ୍ କରିଥିଲେ ଏବଂ ସମସ୍ତେ ପ୍ରସାଦ ସେବନ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق