ଭୁଶୁଡ଼ିଲା ଦୀର୍ଘ ବର୍ଷର ଖୋଲା କୂଅ, ଚିନ୍ତାରେ ଶତାଧିକ ପରିବାର ।
ପରଜଙ୍ଗ,-: ପରଜଙ୍ଗ ବ୍ଲକ ମୁକ୍ତାପଶି ପଞ୍ଚାୟତର ଅନୁସୂଚିତ ଜାତି ସାହିରେ ଥିବା ଦୀର୍ଘ ବର୍ଷର ଖୋଲା କୂଅଟି ଗତ ବିଳମ୍ବିତ ରାତିରେ ଦବିଯାଇ ଭୁଶୁଡ଼ି ପଡ଼ିଥିଲା। ଲଗାଣ ବର୍ଷା ଯୋଗୁଁ କୂଅର ଅବସ୍ଥା ହୋଇଥିବା ଅନୁମାନ କରାଯାଉଛି। ଉକ୍ତ ସାହିରେ ବସବାସ କରୁଥିବା ଶତାଧିକ ପରିବାର ଦୈନନ୍ଦିନ ଜୀବନରେ ଆବଶ୍ୟକତା ପାନୀୟ ଜଳ ଯୋଗାଣ ନିମନ୍ତେ ଖୋଲା କୂଅ ଉପରେ ଦୀର୍ଘ ବର୍ଷ ହେବ ନିର୍ଭରଶୀଳ ହେଉଥିବା ବେଳେ ଏହିପରି ପରିସ୍ଥତି ନାହିଁନଥିବା ଅସୁବିଧା ଦେଖିବାକୁ ମିଳିଛି। କୂଅଟି ମାଟି ଭିତରକୁ ଦବି ଯିବାରୁ ପାର୍ଶ୍ଵବର୍ତ୍ତୀ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହି ବାଟ ଦେଇ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ଏବଂ ଗୋରୁଗାଈ ଙ୍କ ଯିବାଆସିବା କୁ ବାରଣ କରାଯିବା ପାଇଁ କୂଅ ର ଚତୁଃପାର୍ଶ୍ଵରେ ସାହି ବାସିନ୍ଦା କାଠ ଖୁଣ୍ଟରେ ଅସ୍ଥାୟୀ ବାଡା କରିଛନ୍ତି। ବର୍ତମାନ ସାହି ବାସିନ୍ଦା ଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଚିନ୍ତାର ବିଷୟ ପାଲଟିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକତା ପୂରଣ ପାଇଁ ସାହି ବାସିନ୍ଦା ନିବେଦନ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق