ଶ୍ରୀଲଙ୍କା ନିଜ ସାଂସଦମାନଙ୍କ ପେନସନ ବନ୍ଦ କରିବା ପରେ ଭାରତର ନେତାମାନଙ୍କୁ ମିଳୁଥିବା ଆଜୀବନ ପେନସନ ଉପରେ ଏବେ ବଡ଼ ପ୍ରଶ୍ନ ଉଠିଛି।
ଆର୍ଥିକ ସଂସ୍କାର ପାଇଁ ଶ୍ରୀଲଙ୍କା ସରକାର ସାଂସଦମାନଙ୍କ ପେନସନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଭାରତରେ ମଧ୍ୟ ଜନପ୍ରତିନିଧିମାନଙ୍କୁ ଦିଆଯାଉଥିବା ବିପୁଳ ସରକାରୀ ସୁବିଧା ଓ ପେନସନ ବନ୍ଦ କରିବାକୁ ଦାବି ଜୋର ଧରିଛି।
ସାଧାରଣ ଲୋକଙ୍କ ଟିକସ ଟଙ୍କା ବଞ୍ଚାଇବା ପାଇଁ ଆମ ଦେଶରେ ମଧ୍ୟ ନେତାମାନଙ୍କ ପେନସନ ବନ୍ଦ ହେବା ସମ୍ପୂର୍ଣ୍ଣ ଉଚିତ ବୋଲି ସଭିଏ ଦେସ୍ବାସି ମନେ କରନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق