ଚୋର ପୋଲିସ ଲଢେଇ,ଜେସିବି ଚୋରୀ କରି ଫେରାର ମାରୁଥିବା ବେଳେ ପୋଲିସ କାବୁ କରିବାରେ କିଭଳି ନାକେଦମ ହେଉଛି ତାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର ପୋଲିସ ଲଢେଇ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେବାରେ ଲାଗିଛି l ଗତ ଶୁକ୍ରବାର ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନା ଅଞ୍ଚଳର ଗୋଟିଏ ଜେସିବି କୁ ଜଣେ ବ୍ୟକ୍ତି ଚୋରୀ କରି ଫେରାର ମାରୁଥିବା ଖବରପାଇ ଖଲ୍ଲିକୋଟ,ରମ୍ଭା, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର ଭଳି ଚାରି ଥାନା ର ପୋଲିସ କାବୁ କରିବାପାଇଁ ଲାଗି ପଡ଼ିଥିଲେ l ଚାରି ଥାନା ର ପୋଲିସ କୁ ପାଣି ପିଆଇଦେଇଥିଲା ଚୋର l ପୁରୁଷୋତ୍ତମପୁର ସହର ର ବିଭିନ୍ନ ସ୍ଥାନରେ ପୋଲିସ ବ୍ଲକିଙ୍ଗ କରିବା ସତ୍ୱେ ତାହାକୁ ଖାତିର ନକରି ବହୁତ ସ୍ପିଡ଼ ରେ ଗାଡିଚଳାଇ ଚୋର ଫେରାର ମାରିଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ତେବେ ଶେଷରେ କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ନିକଟ ଚାଷ ଜମିରେ ଗାଡି ଛାଡି ଚୋର ଫେରାର ମାରିଥିବା ସୂଚନା ମିଳିଛି l ପୋଲିସ କୁ ନାକେଦମ କରିଥିବା ଚୋର କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق