BREAKING
Loading...
:

ସ୍କୁଲରୁ ୫ଫୁଟ ଅଜଗର ସାପ ଉଦ୍ଧାର

 



ସ୍କୁଲରୁ ୫ଫୁଟ ଅଜଗର ସାପ ଉଦ୍ଧାର

ମାଲକାନଗିରି ,

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୁରୁଣା ଚିମିଟାପାଲ୍ଲୀ ପଞ୍ଚାୟତ  ସଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ମାଲକାନଗିରି ବନ ବିଭାଗ। ସକାଳେ ପିକମାନେ ସ୍କୁଲ ଆସିବା ପରେ ଏକ ପୁରୁଣା ଶୌଚାଳୟ ମଧ୍ୟରେ ଶୌଚ ପାଇଁ ଯାଇଥିବା ସମୟରେ ସାପକୁ ଦେଖିଥିଲେ ଭୟଭୀତ ହୋଇ ଏହି ସମ୍ୱନ୍ଧରେ ଶିକ୍ଷକ ଟୁଟୁ ପଡ଼ିଆମୀଙ୍କୁ ଜଣାଇଥିଲେ।ଶ୍ରୀ ପଡ଼ିଆମୀ ସଙ୍ଗେ ସଙ୍ଗେ ମାଲକାନଗିରି ବନ ବିଭାଗ ଖବର ଦେଇଥିଲେ।ବନ ବିଭାଗର କର୍ମଚାରୀ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ।ଏହାର ଲମ୍ବ ୫ପୁଟ ଥିଲା ପରେ ସାପଟିକୁ ଜଙ୍ଗଲରେ ଛାଡ଼ିଦେଇଥିଲେ।ସାପଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ଜଣାପଡିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS