BREAKING
Loading...
:

ପ୍ରଶାସନ ର ନିଦ ଭାଙ୍ଗିଲେ ଅଞ୍ଚଳ ରେ ରାସ୍ତା ହୋବ ! କାଶୀପୁର।

 ପ୍ରଶାସନ ର ନିଦ ଭାଙ୍ଗିଲେ ଅଞ୍ଚଳ ରେ ରାସ୍ତା ହୋବ ! କାଶୀପୁର।

,,,,,,,,,,,,,,,,,,,,,,,,,,,,,,,,,,,,,,,,,,



ପ୍ରାୟ ତିନି ମାସ ହୋବ ଜଳବନ୍ଦୀ ରେ ଅନେକ ଅଞ୍ଚଳ। 

ଏହିପରି ଗତ କିଛି ଦିନ ଧରି କାଶୀପୁର ଅଞ୍ଚଳ ରେ ଲଗାଣ ବର୍ଷା ହେଉ ଥିବା ବେଳେ ବ୍ଲକ ଅନ୍ତର୍ଗତ କୋଡିପାରୀ ପଞ୍ଚଯାତ ର ଦଣ୍ଡାମୁଣ୍ଡା ଗ୍ରାମ ଅନେକ ଦିନ ହେଲା ସମ୍ପୂର୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।ହେଲେ ବିପଦ ସଂକୁଳନ ପରିସ୍ଥିତି ରେ ନଈବଢି ପାର ହେଉଛନ୍ତି ଅଞ୍ଚଳବାସୀ।ଲୋକେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇଁ ନାହିଁ ନ ଥିବା ଅସୁବିଧା ହେଉଥିବା ସହଜଜ ରେ ଅନୁମାନ ହେଉଛି । ଏହି ଭୋଳି ସମସ୍ୟାରେ ରୋଗୀ ଓ ପ୍ରସୂତି ମହିଳାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବାରେ ବାଧା ଶୃଷ୍ଟି ହେଉଛି। ବର୍ଷା କାଳେ ପିଲାଙ୍କ ପାଠପଢା ଠପ ହେବା ସ୍ୱାଭାବିକ ହୋଇ ପଡିଛି। 

ଅନେକ ସମୟରେ ପ୍ରଭାବିତ ଅଞ୍ଚଳ ରୁ ରାସ୍ତା ଜନିତ ସମସ୍ୟାକୁ ନେଇଁ ବାରମ୍ବାର ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିବା ଲୋକେ ପ୍ରକାଶ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ ଅଞ୍ଚଳ ର ସମ୍ବିଧାନୀକ ଓ ମୌଳିକ ଅଧିକର ପ୍ରତି ଦୃଷ୍ଟି ଦେବା ବ୍ୟତୀତ ଘୋର ନିଦ୍ରା ରେ ସୋଇଛନ୍ତି, ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କଲେ କୋଡ଼ିପାରି ପଞ୍ଚାୟତ ର ଦଣ୍ଡାମୁଣ୍ଡା, ଚିକେର, ଚମ୍ପାଦରା, ଝଡି ପଦର, ଡୁଡ଼ିଘାଟ, ଅଡା ଜାଲ, ଧାଙ୍ଗଡ଼ିଶୀଲ ଓ କେ. ପଞ୍ଜରା ଭୋଳି ପ୍ରାୟ ୧୧ ଟି ଗ୍ରାମବାସୀ ଉପକୃତ ହେବେ। ଦଣ୍ଡାମୁଣ୍ଡା ଗ୍ରାମ ଠାରୁ ମାତ୍ର ୩ କିଲୋମିଟର ଦୂରତା ରେ PWD ରାସ୍ତା। ରାସ୍ତା ନିର୍ମାଣ ହେଲେ କଳାହାଣ୍ଡି ଏବଂ ନବରଙ୍ଗପୁର ଦୁଇଟି ଜିଲ୍ଲାକୁ ଯାତାୟତ ର ସୁବିଧା ନିକଟତ୍ତର ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS