BREAKING
Loading...
:

ବ୍ରହ୍ମପୁର ପୁଣିଥରେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କ ପ୍ରମୁଖ ଟ୍ରାଞ୍ଜିଟ୍ ପଏଣ୍ଟ ଭାବେ ସାମ୍ନାକୁ ଆସିଛି




 ବ୍ରହ୍ମପୁର ପୁଣିଥରେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କ ପ୍ରମୁଖ ଟ୍ରାଞ୍ଜିଟ୍ ପଏଣ୍ଟ ଭାବେ ସାମ୍ନାକୁ ଆସିଛି। ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଦ୍ୱାରା ୪୯୭ କେଜି ଗଞ୍ଜେଇ ଜବତ ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗଜପତି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ଏହି ଗଞ୍ଜେଇକୁ ବ୍ରହ୍ମପୁରରେ ଟ୍ରକ୍‌ରେ ଲୋଡ୍ କରାଯାଇ ଦିଲ୍ଲୀକୁ ଚାଲାଣ କରାଯାଉଥିଲା। ଚାଉଳ ବସ୍ତା ତଳେ ଗଞ୍ଜେଇ ଲୁଚାଇ ଚାଲାଣ କରାଯାଉଥିବା ବେଳେ ଭୁବନେଶ୍ୱର ନିକଟ ପିତାପଲ୍ଲୀ ଅଞ୍ଚଳରେ ଏସ୍‌ଟିଏଫ୍‌ ଏହାକୁ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ବୋଲି କୁହାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS