ସୌମ୍ୟରଞ୍ଜନ ଖମାରୀଙ୍କ ସ୍ମୃତିରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା, ଯୋଗ ଦେଲେ ଦଶପଲ୍ଲା ବିଧାୟକ
ଦଶପଲ୍ଲା ୩୧/୦୮ :- ଗତ ୨୯ ତାରିଖ ଶନିବାର ଦିନ ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ଉଦୁଡ଼ା ଠାରେ ବାଇକ୍ ଦୁର୍ଘଟଣା ଘଟି ନଛିପୁର ଗ୍ରାମର ଟୁକୁନା ଖମାରୀଙ୍କ ପୁଅ ସୌମ୍ୟରଞ୍ଜନ ଖମାରୀ (ରାକେଶ) ଙ୍କ ମୃତ୍ୟୁ ବରଣ ଘଟିଥିଲା। ସେହି ସ୍ମୃତିରେ ନଛିପୁର ପଞ୍ଚାୟତ କ୍ରିକେଟ୍ କ୍ଲବ୍ ଓ ବରଦାୟିନୀ ଯୁବକ ସଂଘ ତରଫରୁ ଜଗନ୍ନାଥ ନାୟକ ଓ ପ୍ରଶାନ୍ତ ଖମରୀଙ୍କ ତତ୍ତ୍ୱାବଧାନରେ ଆଜି ସନ୍ଧ୍ୟା ସମୟରେ ନଛିପୁର ସ୍କୁଲ୍ ଠାରୁ ସୌମ୍ୟରଞ୍ଜନ ଖମାରୀଙ୍କ ବାସଗୃହ ପର୍ଯ୍ୟନ୍ତ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।କ୍ୟାଣ୍ଡେଲ୍ ଶୋଭାଯାତ୍ରା ସରିବା ପରେ ତାଙ୍କର ବାସଗୃହ ଠାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସମସ୍ତେ ୫ ମିନିଟ୍ ସୌମ୍ୟରଞ୍ଜନଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରିଥିଲେ। ଏହି ଶୋଭାଯାତ୍ରାରେ ନଛିପୁର ପଞ୍ଚାୟତ ସମିତି ସଭ୍ୟ ପଦ୍ମଚରଣ ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ବେହେରା, କ୍ରିକେଟ୍ ସଂଘର ସଦସ୍ୟ ସମୀର ସାହୁ, ଆଲୋକ ବେହେରା, ଦୀପକ ମାଝି, ଚିତ୍ତରଞ୍ଜନ ବିଶ୍ୱାଳ, ବିକାଶ ପ୍ରଧାନ, ବିନୋଦ ମାଝି, ସରୋଜ ନାୟକ, ରାହୁଲ ଖମାରୀ, ସଂଗ୍ରାମ ଖମାରୀ, ରିଙ୍କୁ ଖମାରୀ ଓ ସିଦ୍ଧାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق