BREAKING
Loading...
:

ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

 ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ


ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର ସମ୍ପତ୍ତିର ରେକର୍ଡରେ ନିଜ ନାମ ଚଢାଇ ଦେବାଦ୍ବାରା ସେ ମାଲିକାନା ହାସଲ କରି ନଥାଏ।


ଦୁଇ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦ ସମ୍ପର୍କିତ ଏକ ମାମଲା ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି। ବିଚାରପତି ସଞ୍ଜୟ କାରୋଲ ଓ ବିଚାରପତି ଅଗଷ୍ଟାଇନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଇ କିଛିଦିନ ହେବ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଜମିବାଡି ସମ୍ପର୍କିତ ରାଜସ୍ବ ରେକର୍ଡ କେବଳ ରାଜସ୍ବ ଆଦାୟ ଓ ହିସାବ ରଖିବା ଲାଗି ଉଦ୍ଦିଷ୍ଟ। ରାଜସ୍ବ ରେକର୍ଡ ଜମିବାଡି ମାଲିକାନାର ଆଇନଗତ ପ୍ରମାଣ ନୁହେଁ। ତେଣୁ ରେକର୍ଡରେ କେହି ନିଜ ନାମ ଦର୍ଜ କରି ଦେଇ ମାଲିକ ହୋଇପାରିବ ନାହିଁ କି କାହାର ନାମ ବାଦ ବା କାଟି ଦେବା ଦ୍ବାରା ‌ସେ ମାଲିକାନାରୁ ବଞ୍ଚିତ ହୋଇପାରିବ ନାହିଁ।


ଜମି କିମ୍ବା ସମ୍ପତ୍ତିର ପ୍ରକୃତ ମାଲିକାନା କେବଳ ସିଭିଲ୍ କୋର୍ଟ ଦ୍ୱାରା ଉପଯୁକ୍ତ ପ୍ରମାଣ ଓ ଦଲିଲ୍ ଆଧାରରେ ସ୍ଥିର କରାଯାଇପାରିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS