ଭଟ୍ଟାରିକା ମନ୍ଦିର ବେଢାକୁ ପୁଣି ଛୁଇଁଲା ତୃତୀୟ ଦଫା ବନ୍ୟାଜଳ, ପ୍ରଶାସନ ଲଗାଇଲା ୧୬୩ ଧାରା
ମା ଭଟ୍ଟାରିକା ପୀଠରେ ଲାଗିଲା କଟକଣା । ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠକୁ ଛୁଇଁଛି ପୁଣି ଥରେ ମହାନଦୀର ବନ୍ୟାଜଳ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଛି । ଖବର ଅନୁଯାୟୀ, ଶନିବାର ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲାଯାଇଛି । ଯାହାଫଳରେ ମହାନଦୀର ଜଳସ୍ତର ପୁଣି ଥରେ ବଢିବାରେ ଲାଗିଛି ।
ଯାହା ପ୍ରଭାବରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ପୀଠକୁ ତୃତୀୟ ଦଫା ବନ୍ୟାଜଳ ସ୍ପର୍ଶ କରିଛି। ନୀତିକାନ୍ତି ଓ ପୂଜା ସମ୍ପନ୍ନ ହେବା ପରେ ମନ୍ଦିର ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ବନ୍ୟାଜଳ ମନ୍ଦିର ଭିତରକୁ ପ୍ରବେଶ କଲେ ପୂର୍ବ ପରମ୍ପରା ଅନୁଯାୟୀ ପୁଣି ମା' ଭଟ୍ଟାରିକାଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ପୀଠ ପରିସରରେ ଧାରା ୧୬୩ ଜାରି ରହିଛି ଏବଂ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق