BREAKING
Loading...
:

ବେଆଇନ ଗୋରୁ ଚାଲାଣ।କଲେଜ ବାଇପାସ୍ ରେ ଦୁଇ ବେଆଇନ ଗୋରୁ ଚାଲାଣ କାରୀ ଗାଡ଼ି ଦୁର୍ଘଟଣା,




 ବେଆଇନ ଗୋରୁ ଚାଲାଣ।କଲେଜ ବାଇପାସ୍ ରେ ଦୁଇ ବେଆଇନ ଗୋରୁ ଚାଲାଣ କାରୀ ଗାଡ଼ି ଦୁର୍ଘଟଣା,

କୋଡିଏ ଗୋରୁ ଉଦ୍ଧାର,ମାଫିଆଙ୍କୁ ଖସାଇଦେଲା ପୋଲିସ୍।

 ଢେଙ୍କାନାଳ,


        ଢେଙ୍କାନାଳ ଟାଉନ୍ ଥାନା ପୋଲିସ ଗୋରୁ ମାଫିଆଙ୍କୁ ଖସାଇ ଦେଇଥିବା ଅଭିଯୋଗ ଉଠିଛି।  ଭୋର୍ ସମୟରେ ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ଟାଉନ ଥାନା କଲେଜ ବାଇପାସ୍ ଶିବ ମନ୍ଦିର ନିକଟରେ ଏକ ନାଇଟ୍ କୋଚ୍ ବସ୍ ସାଇଡ୍ ମାରିବାରୁ ଆଗ ପଛ ହୋଇ ଆସୁଥିବା ଦୁଇ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା।

         ତେବେ ୩ ଗୋରୁ ବେପାରୀ ଖସି ଯାଇଥିବା ବେଳେ ସ୍କର୍ପିଓରେ ଜଣେ ଆହତ ହୋଇ ରହିଯାଇଥିଲେ।ଗୋରୁ ବେପାରୀ ତାଙ୍କୁ ଅନୁଗୁଳ ଯିବା କହି ଡାକିଆଣିଥିବା ସଫେଇ ଦେଇଥିଲେ। ପୋଲିସ୍ ୨ଟି ଗାଡ଼ି ଜବତ କରିବା ସହ ୨୦ ଗୋରୁଙ୍କୁ ଉଦ୍ଧାର କରିଛି। ମାତ୍ର କେହି ଧରାପଡ଼ିନଥିବା କହିଛି।ଯାହା ଫଳରେ ପୋଲିସ୍‌ର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।

           ସୂଚନା ଅନୁସାରେ, ହିନ୍ଦୋଳରୋଡ୍ ଅଞ୍ଚଳରୁ ପିକଅପ୍ ଭ୍ୟାନ୍ ଓ ସିଟ୍ କଢ଼ାଯାଇ ସ୍କର୍ପିଆ ଗାଡ଼ିରେ ଗୋରୁ ବୋଝେଇ କରି ଦୁଇ ଗାଡ଼ି ଦ୍ରୁତ ଗତିରେ ଆସୁଥିଲା।ଢେଙ୍କାନାଳ ବାଇପାସ୍‌ ନିକଟରେ ଭୋର୍ ସମୟରେ ଏକ ନାଇଟ୍ କୋଚ୍ ବସ୍ ସ୍କର୍ପିଓକୁ ସାଇଡ୍ ମାରିଥିଲା।ସ୍କର୍ପିଓ ହଠାତ୍ ଅଟକି ଯିବାରୁ ପଛରୁ ଦ୍ରୁତଗତିରେ ଆସୁଥିବା ପିକଅପ୍ ଭ୍ୟାନ୍ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ ୩ ଗୋରୁ ବେପାରୀ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲେ।ସ୍କର୍ପିଓରେ ଜଣେ ବେପାରୀ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଆହତ ହୋଇଥିବାରୁ ଖସି ପାରି ନଥିଲେ।

         ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ରଭୟ ଗାଡ଼ିକୁ ଜବତ କରିଥିଲା।ସ୍କର୍ପିଓରେ ଥିବା ବେପାରୀ ଆହତ ହୋଇ ରକ୍ତାକ୍ତ ହୋଇଥିବାର ଦେଖାଯାଇଥିଲା।ଲୋକେ ଭିଡିଓ ଉତ୍ତୋଳନ କରି ତାକୁ ପ୍ରଶ୍ନ ପଚାରି ଚାଲିଥିଲେ।ସେମାନେ ୨ଟି ଗାଡ଼ିରେ ୪ଜଣ ଆସିଥିଲେ।ସମସ୍ତଙ୍କ ଘର ଜଗତପୁରରେ ବୋଲି ସମ୍ପୃକ୍ତ ବ୍ୟକ୍ତି କହିଥିଲେ।ତାଙ୍କ ନାଁ ସେକ୍ ଅବଦୂଲ ଖାଁ ବୋଲି କହିବା ସହ ଅନ୍ୟମାନଙ୍କ ନାଁ ମଧ୍ୟ ବତାଇଥିଲେ। ସେ ଫେରିବାଲା ବେପାର କରନ୍ତି।ତାଙ୍କୁ ଅନୁଗୁଳ ଯିବାକୁ କହି ଡାକି ଆଣିଥିଲେ ବୋଲି କହୁଥିବାର ଦେଖିବାକୁ ମିଳୁଛି।ମାତ୍ର ପୋଲିସ୍ କେହି ଧରାପଡ଼ି ନଥିବା କହିଛି।

          ଭାରପ୍ରାପ୍ତ ଟାଉନ ଥାନା ଅଧିକାରୀ ଶଶୀଭୂଷଣ ବେହେରାଙ୍କୁ ପଚାରିବାରୁ କେହି ଧରାପଡ଼ିନାହାନ୍ତି ବୋଲି କହିଥିଲେ। ଭିଡିଓ ସମ୍ପର୍କରେ ପଚାରିବାରୁ ପୋଲିସ୍ ଯିବା ବେଳକୁ କେହି ନଥିଲେ। ଡ୍ରାଇଭର ଠେଲାପେଲା କରି ଖସି ପଳାଇଥିବା ଶ୍ରୀ ବେହେରା କହିଥିଲେ। ଯାହା ନାନା ସନ୍ଦେହ ସୃଷ୍ଟି କରୁଛି।

          ଯଦି ଉକ୍ତ ବ୍ୟକ୍ତି ପୋଲିସ୍ ଗଲା ବେଳକୁ ନଥିଲେ ତେବେ କୁଆଡ଼େ ଗଲେ ଓ ତାଙ୍କୁ କିଏ ଖସାଇ ଦେଲା ବୋଲି ପ୍ରଶ୍ନ ଉଠିଛି। ଭିଡିଓରେ ଏକାଧିକ ବ୍ୟକ୍ତି ଥିବା ବେଳେ ଜଣେ ଗୁରୁତର ଆହତ କିଭଳି ଠେଲାପେଲା କରି ଖସିଗଲା;ତାହା ସଦେହକୁ ବଢ଼ାଉଛି।ଜାତୀୟ ରାଜପଥ ଉପରେ ଏଭଳି ଘଟିଥିବା ବେଳେ ସିସିଟିଭି ଯାଞ୍ଚ ହେଲେ ସତ୍ୟାସତ୍ୟ ଜଣାପଡ଼ିବ । ସ୍କର୍ପିଓର ସିଟ୍ କଢ଼ା ଯାଇ ଗୋରୁ ନିଆଯାଉଥିବାର ବାହାରକୁ ସ୍ପଷ୍ଟ ଦେଖାଯାଉଛି। ଏହା ସତ୍ତ୍ୱେ ରାଜପଥରେ ପୋଲିସ୍ ଓ ପାଟ୍ରୋଲିଂ ଟିମ୍ କିଭଳି ଜାଣି ନପାରିଲା ତାହା ଆଶ୍ଚର୍ଯ୍ୟ କରୁଛି। ସହର ମଧ୍ୟରେ ଦୁର୍ଘଟଣା ଘଟୁଥିଲେ ବି ପୋଲିସ୍ ବହୁ ବିଳମ୍ବରେ ପହଞ୍ଚିବା ସନ୍ଦେହ ବଢ଼ାଉଛି।ଘଟଣା ର ତଦନ୍ତ କରାଯାଇ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ବାବି ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS