ବ୍ରହ୍ମପୁର, -: ପାର୍କିଂରେ ଥିବା ଏକ କାରକୁ ମୋଟରସାଇକେଲ ଧକ୍କା ଦେବା ଘଟଣାରେ କାର ମାଲିକଙ୍କ ଲିଖିତ ଅଭିଯୋଗ ଆଧାରରେ ସଦର ଥାନାରେ ଏକ ମାମଲା ଡାଏରୀ ରୁଜୁ କରାଯାଇଛି।
ଅଭିଯୋଗ ଅନୁଯାୟୀ, କାରଟି ରାସ୍ତା କଡ଼ରେ ପାର୍କିଂରେ ଥିବାବେଳେ ଏକ ଦୁଇଚକିଆ ଯାନ ପଛପଟୁ ଧକ୍କା ଦେଇଥିଲା। ଫଳରେ କାରଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟରସାଇକେଲରେ ଥିବା ଦୁଇଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
କାର ମାଲିକଙ୍କ ଲିଖିତ ଅଭିଯୋଗ ଆଧାରରେ ସଦର ଥାନା ପୋଲିସ ମାମଲା ଡାଏରୀ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق