ମେଡିକାଲରେ ଅସାମାଜିକ ଯୁବକଙ୍କ ଆତଙ୍କ । ମେଡିକାଲ ଭିତରେ ପଶି ଭଙ୍ଗାରୁଜା । ଗଞ୍ଜାମବଡବଜ଼ାର ଠାରେ ଥିବା ଆୟୁସ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡା ରାଜ ଦେଖିବାକୁ ମିଳିଛି l ଯୁବକ ଜଣକ ପୁଇଁତୋଳl ଗ୍ରାମର ଅର୍ଜୁନ ଜେନା ବୋଲି ସିସିଟିଭି ଫୁଟେଜରୁ ଜଣା ପଡ଼ିଛି l କିଛି କାରଣ ନଥାଇ ମେଡିକାଲ ଭିତରେ ପଶି ଏଭଳି ଗୁଣ୍ଡା ଗର୍ଦୀକରି ସରକାରୀ ଜିନିଷ ଭଙ୍ଗାରୁଜା କରିବା ସହ ମେଡିକାଲ କର୍ମଚାରୀଙ୍କୁ ଭୟଭୀତ କରାଇବା ଦଣ୍ଡନୀୟ ଅପରାଧ ବୋଲି ସ୍ଥାନୀୟ ଅଞ୍ଚଳବlସି କହିଛନ୍ତି l ଏଭଳି କଦର୍ଯ୍ୟ ହୀନ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ l ଅଭିଯୁକ୍ତକୁ କଠୋର ଦଣ୍ଡ ମିଳୁ ବୋଲି ସେମାନେ ଦାବୀ କରିଛନ୍ତି l ବର୍ତମାନ ପୋଲିସର ଭୂମିକା କଣ ରହୁଛି ତାହା ଦେଖିବାକୁ ବାକି ରହିଲା l ନେତା ମନ୍ତ୍ରୀଙ୍କ ଚାପରେ ବଶବର୍ତ୍ତୀ ହୋଇ ଘଟଣାକୁ ଚାପିଦେବେ ନା ଅସାମାଜିକ ମଦ୍ୟପ ଯୁବକକୁ ପୋଲିସ ବାନ୍ଧିବ ତାହା ଦେଖିବାକୁ ବାକି ରହିଲା ବୋଲି ସହରରେ ଆଲୋଚନା ହେଉଛି l ପ୍ରଥମେ ଆୟୁଷ ଡାକ୍ତର ବନୋଜ କାନ୍ତ କରଙ୍କ ଚାମ୍ବର ଗ୍ଲାସ ଭାଙ୍ଗିବା ପରେ ମେଡିକାଲ ଅଫିସରଙ୍କ ଚାମ୍ବର କାଚ ମଧ୍ୟ ବାଡେଇ ଭାଙ୍ଗିଦେଇଥିଲେ l ସିକୁରିଟି ଗାର୍ଡ ପଚାରିବାରୁ ତୁ କିଏ ଦେଖିବୁ ବୋଲି କହିବା ସହ ଅଶ୍ଳୀଳ ଗାଳିଗୁଲଜ କରି ବାଇକରେ ଚାଲି ଯାଇଥିବା ସିସିଟିଭିରେ କୟାଦ ହୋଇଛି l ମେଡିକାଲ ସମସ୍ତ ଷ୍ଟାଫ ଓ କର୍ମଚାରୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି l ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଗଞ୍ଜାମ ଥାନାରେ ଏତଲା ଦିଆଯାଇଛି l ଏତଲାପରେ ପୋଲିସ ପହଂଚି ସିସିଟିଭି ଯାଞ୍ଚ କରିଥିବା ଆୟୁଷ ଡାକ୍ତର କର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment