BREAKING
Loading...
:

ସମସ୍ତଙ୍କୁ ଛାଡି ଚାଲିଗଲେ ସନାତନ ସିଂ

 ସମସ୍ତଙ୍କୁ ଛାଡି ଚାଲିଗଲେ ସନାତନ ସିଂ 


ଗଣିଆ (ମଣିଭଦ୍ରା ଖବର)  ସମସ୍ତଙ୍କୁ ଛାଡ଼ି ଚାଲିଗଲେ ସନାତନ ସିଂ । ରାଉତପଡା ଗ୍ରାମର ସନାତନ ସିଂ ଅଞ୍ଚଳରେ ଜଣେ ଜଣାଶୁଣା ଚେହେରା । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଓ୍ବାର୍ଡ ଆଟେଣାଣ୍ଟ ଭାବେ ଚାକିରି କରିଥିଲେ । ସେ ସମୟରେ ମେଡିକାଲକୁ ଗୋଡ ହାତ ଖଣ୍ଡିଆ ଠାରୁ ଆରମ୍ଭ କରି ଘା ଘଉଡ ପର୍ଯ୍ୟନ୍ତ ରୋଗୀ ଆସିଲେ ଖୋଜା ପଡୁଥିଲେ ସନାତନ । ତାଙ୍କ ହାତରେ ଡ୍ରେସିଂ କଲେ ରୋଗୀ ମାନଙ୍କର ରୋଗ ଶିଘ୍ର ଭଲ ହେଉଥିଲା । ରାତି ଅଧାରେ ଡାକିଲେ ମଧ୍ୟ ସେ ପହଞ୍ଚି ଯାଉଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ପୂର୍ବର ସେବା ଗୁଣ କମି ନଥିଲା । ଚାକିରି ଜୀବନରେ ଯେତିକି ଶିକ୍ଷା ଲାଭ କରିଥିଲେ ଅବସର ପରେ ଗାଁ ଗାଁ ବୁଲି ଲୋକଙ୍କ ସେବା କରୁଥିଲେ । ଅପହଞ୍ଚ ଇଲାକାରେ ଯେଉଁଠି ସ୍ବାସ୍ଥ୍ୟକେନ୍ଦ୍ରର ସୁବିଧା ନଥିଲା ସେଠି ପହଞ୍ଚି ଯାଉଥିଲେ ସନାତନ । କିଛି ଦିନ ହେବ ସେ ରୋଗାଗ୍ରସ୍ତ ହୋଇ ପଡିଥିଲେ । ତେବେ ଗୁରୁବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ତାଙ୍କ ପାଖରେ ପୁଅ,ବୋହୁ,ନାତି,ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଗଣିଆର ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ବେହେରାଙ୍କର ସେ ଶଶୁର  । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS