BREAKING
Loading...
:

ନାବାଳକ ବାଇକ୍ ଚଲାଇଲେ ୨୫ ହଜାର ତଣ୍ଡ, ସଚେତନ କଲେ ଥାନା ଅଧିକାରୀ, ଅମାନିଆ ସୁଧୁରି ଯିବାକୁ ପରାମର୍ଶ

 ନାବାଳକ ବାଇକ୍ ଚଲାଇଲେ ୨୫ ହଜାର ତଣ୍ଡ, ସଚେତନ କଲେ ଥାନା ଅଧିକାରୀ, ଅମାନିଆ ସୁଧୁରି ଯିବାକୁ ପରାମର୍ଶ 


ଗଣିଆ ୦୬/୦୭(ମଣିଭଦ୍ରା ଖବର) ମୋଟର ଯାନ ନିୟମ ଉଲ୍ଲଂଘନ କଲେ ଜନସାଧାରଣ ଗଣିବେ ତଣ୍ଡ । ଏ ନେଇ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ଜନସାଧାରଣଙ୍କ ପାଇଁ ଥାନା ପରିସରରେ ଏକ ବିରାଟ ବ୍ୟାନର ଲଗାଇ ସଚେତନ କରିଛନ୍ତି । ମୋଟର ଯାନ ନିୟମ ୧୯୮୮ ଅନୁଯାୟୀ ନିୟମ ଉଲ୍ଲଂଘନକାରୀ ମାନେ ସାରଣୀରେ ଲେଖା ଥିବା ଅନୁସାରେ ଫାଇନ ପ୍ରଦାନ କରିବେ । ବିଶେଷକରି ନାବାଳକ ମାନେ ବାଇକ୍ ଚଲାଇ ଧରା ପଡିଲେ ୨୫ ହଜାର ଟଙ୍କା ତଣ୍ଡ ଗଣିବେ ବୋଲି ଉଲ୍ଲେଖ କରାଯାଇଛି । ଗଣିଆରେ ଅନେକ ନାବାଳକ ବାଇକ୍ ଚଲାଉଥିବା ବେଳେ ସେମାନଙ୍କ ଅଭିଭାବକ ମାନଙ୍କୁ ସଚେତନ କରାଯାଇଛି । ଏପରିକି ନାବାଳକ ମାନେ ବାଇକ୍ ଚଲାଇ ଧରାପଡିଲେ ଅଭିଭାବକ ମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ବସରେ ବିନା ଟିକେଟରେ ଯାତ୍ରା କରିବା ଠାରୁ ଆରମ୍ଭ କରି ମଦ ପିଇ ଗାଡି ଚଲାଇଲେ ମୋଟା ଅଙ୍କର ଫାଇନ ଦେବାକୁ ପଡିବ । ଜନସାଧାରଣ ମାନେ ସଚେତନ ହେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତେଣୁ ଗଣମାଧ୍ୟମ ପ୍ରତିନିଧି ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଗାଁ ଗାଁରେ ଏଭଳି ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଏଏସଆଇ ଶାହା ଆଲାମ ଖାଁ ପ୍ରକାଶ କରିଛନ୍ତି ।


ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS