BREAKING
Loading...
:

ଟିଟଲାଗଡ ରେ ଅଘୋଷିତ କର୍ଫ୍ୟୁ

 



*ଟିଟଲାଗଡ ରେ ଅଘୋଷିତ କର୍ଫ୍ୟୁ*

*ମଦ ବୋଝେଇ ଗାଡି କୁ ଏସକର୍ଟ ଦେଲେ ଶତାଧିକ ଅବକାରୀ କର୍ମଚାରୀ* ।


ବଲାଙ୍ଗୀର/ଟିଟିଲାଗଡ,*ଜନବସତି ଅଞ୍ଚଳରେ କେମିତି ବିନା ଅନୁମତି ରେ ମଦ ଦୋକାନ ହେଲା ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି*।

*କେତେକ ବିହାରୀ ତଥା ଛତିଶଗଡ ଅଂଚଳ ର ଶତାଧିକ ଗୁଣ୍ଡା ସମେତ ଶତାଧିକ ଅବକାରୀ ବିଭାଗ ର ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବରେ ଏକ ବିଦେଶୀ ମଦ ବୋଝେଇ ଗାଡି କୁ ଏସ୍କର୍ଟ ଦେଇ ଟିଟିଲାଗଡ଼ ସହର ହାଇସ୍କୁଲ ପଡା ସ୍ଥିତ ଏକ ଜନବସତି ଅଂଚଳ ରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ କିଭଳି ଭାବରେ ଜନବସତି ଅଂଚଳ ରେ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଗଲା ବୋଲି ତୀବ୍ର ବିରୋଧ ପ୍ରଦର୍ଶନ କରୁଥିଲେ ସୁଦ୍ଧା ଅବକାରୀ ବିଭାଗ ଜୋର ଜବରଦସ୍ତ ସ୍ଥାନୀୟ ଲୋକଙ୍କୁ ହଟାଇବା ସହ ବିଦେଶୀ ମଦ ଗାଡି ରୁ ବାହାର କରି ଏକ ଘର ଭିତରେ ରଖିବା ପାଇଁ ସମସ୍ତ ସୀମା କୁ ଡେଇଁଥିବା ସାଧାରଣ ଙ୍କୁ ଚକିତ କରିଛି* l *ଏକ ମଦ ବୋଝେଇ ଗାଡି କୁ ପ୍ରାୟ କୋଡିଏ ଗୋଟି ଚାରି ଚକିଆ ଯାନବାହାନ ରେ ଅବକାରୀ ବିଭାଗ ଏବଂ କେତେକ ବାହାରି ଗୁଣ୍ଡା ଶ୍ରେଣୀୟ ଲୋକେ ଆଣୁଥିବା ବେଳେ ସହର ରେ ଏକ ପ୍ରକାର ଭୟ ର ବାତାବରଣ ଦେଖା ଦେଇଥିଲା* l *କିଛି ସମୟ ଧରି ଟ୍ରାଫିକ ସମସ୍ୟା ବି ବାଧା ପ୍ରାପ୍ତ ହୋଇଥିଲା* l *ବିପୁଳ  ପରିମାଣ ରେ ଅବକାରୀ ବିଭାଗ କିଭଳି ଏକ ମଦ ବୋଝେଇ ଗାଡି କୁ ଏସକର୍ଟ କରି ଆଣିଲା ବୋଲି ଟିଟିଲାଗଡ଼ ଅବକାରୀ ବିଭାଗ ଇନ୍ସପେକ୍ଟର ସଚିନ ବେହେରା ଙ୍କୁ ପଚରାଯିବା ରୁ କେହି ଏସକର୍ଟ ରେ ଆସିନାହିଁ ବୋଳି କହିବା ଘଟଣା ହିଁ ସନ୍ଦେହ ପ୍ରକାଶ ପାଇଛି* l *ଏଠାରେ ସୂଚନା ଯୋଗ୍ୟ ଯେ ନୁତନ ଅବକାରୀ ଆଇନ ଅନୁଯାୟୀ କୌଣସି ବିଦେଶୀ ମଦ ଦୋକାନ ଜନବସତି ଅଂଚଳ ରେ ଖୋଲିବା ନେଇ ସ୍ପଷ୍ଟ ଭାବରେ କଟକଣା ଥିବା ସତ୍ତ୍ୱେ ପୁଣି ସୁପ୍ରିମ କୋର୍ଟ ର ନିର୍ଦେଶ ରେ ମଧ୍ୟ ସ୍ପଷ୍ଟ ଭାବରେ ରହିଛି ଯେ କୌଣସି ପ୍ରକାର ନିଶା ଦ୍ରବ୍ୟ ଓ ମଦ ଦୋକାନ ଜନବସତି ଅଂଚଳ ରେ ଖୋଲାଯାଇ ପାରିବ ନାହିଁ*। *ହେଲେ ସମସ୍ତ ଅବକାରୀ ନିୟମ ତଥା ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କୁ ଖୋଲାଖୋଲି ଉଲଂଘନ କରାଯାଇଥିବା ବେଳେ ଅବକାରୀ ଅଧିକାରୀ ଏନେଇ ଚୁପ ରହିବା ସହ ଗୁଣ୍ଡା ମାନଙ୍କ ସହ ମିଶି ମଦ ମାଲିକ ଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି* l *ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ବିଦେଶୀ ମଦ ଦୋକାନ ର କେତେକ କର୍ମଚାରୀ ପାଟଣାଗଡ଼ ରେ ନକଲି ମଦ ପ୍ରସ୍ତୁତ କରୁଥିବା ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରଲ ହେଉଥିବା ବେଳେ ଏହାର ପୁନରାବୃତ୍ତି ଟିଟିଲାଗଡ଼ ସହର ରେ ମଧ୍ୟ ଘଟିବ ବୋଲି ଏବେ ଠୁ ସହରରେ ଚର୍ଚ୍ଚା ହେବା ସହ ଭାଳେଣି ପଡ଼ିଲାଣି* l *ଏମିତି କି ଉକ୍ତ ମଦ ବ୍ୟବସାୟୀ ଟିଟିଲାଗଡ଼ ପୌରପରିଷଦ ଅଧିନସ୍ଥ ୯ ନମ୍ବର ୱାର୍ଡ ରେ ପାଇଥିବା ବେଳେ ୮ ନମ୍ବର ୱାର୍ଡ ରେ କେମିତି ମଦ ବୋଝେଇ ଗାଡି ରୁ ସମସ୍ତ ମଦ କୁ ଏକ ଜନବସତି ଅଂଚଳ ରେ ରଖିବାକୁ ଅବକାରୀ ବିଭାଗ ଅନୁମତି ଦେଲେ ବୋଲି ଏବେ ସହରରେ ଚର୍ଚ୍ଚା ହେବା ସହ ଏହାରି ପଛରେ ବଲାଙ୍ଗୀର ଜିଲ୍ଲା ର ଏକ ପ୍ରମୁଖ ରାଜନୈତିକ ନେତା ତଥା ଶାସକଦଳ ର ବରିଷ୍ଠ ମନ୍ତ୍ରୀ ଙ୍କ ହାତ ଥିବା ନେଇ ଆଲୋଚନା ହେଉଛି* l *ଅବକାରୀ ବିଭାଗ ଛାନିଆ ହୋଇ ଉକ୍ତ ମଦ ବେପାରୀ ତଥା ଗୁଣ୍ଡା ମାନଙ୍କୁ ପ୍ରଶୟ ଦେବା ସହ ସମସ୍ତ ପ୍ରକାର ନିୟମ କୁ ଫୁ କରିଥିବା ଚର୍ଚ୍ଚା ହେଉଛି* l *ଉକ୍ତ ସ୍ଥାନରେ ମଦ ଦୋକାନ କରାଗଲେ ପରିସ୍ଥିତି ଭୟାବହ ହେବ ବୋଲି ପ୍ରକାଶ ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି* ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS