BREAKING
Loading...
:

ଢେଙ୍କାନାଳ ଇନ୍ଦିପୁର ଗାଁରେ ବାରହା ଆତଙ୍କ

 



ସୋମବାର, (ଆଜି)ଢେଙ୍କାନାଳ ଇନ୍ଦିପୁର ଗାଁରେ ବାରହା ଆତଙ୍କ।ବାରହା ଆକ୍ରମଣରେ ଜଣେ ମୃତ ୧୦ରୁ ଅଧିକ ଆହତ।ମୃତକ ହେଲେ ଇନ୍ଦିପୁର ଗାଁର ୫୫ବର୍ଷୀୟା ବଚନ ନାୟକ।ବଚନ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଇନ୍ଦିପୁର ଗାଁ ପୋଖରୀକୁ ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କରିଥିଲା ବାରହା। ଆକ୍ରମଣ କରୁଥିବା ବାରହା ଟି ଏବେ ଇନ୍ଦିପୁର ଗ୍ରାମରୁ ପାଖ ଡେଙ୍ଗୋବୋରେଇ ଓ କାଣ୍ଡବିନ୍ଧା ଅଞ୍ଚଳରେ ବୁଲୁଥିବା ସୁଚନା।ତୁରନ୍ତ ବାରହାକୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS