ଜାତୀୟ ସ୍ତର ସ୍କେଟିଙ୍ଗ ପ୍ରତିଯୋଗିତାରେ ଚମକିଲେ ଓଡିଆ ପୁଅ ଦିବ୍ୟାନଶୁ
-------+++++++++++++++++++++++++---
ରୋଲର୍ ସ୍କେଟିଙ୍ଗ ଫେଡେରେସନ ଅଫ୍ ଇଣ୍ଡିଆ ତରଫରୁ ଆନ୍ଧ୍ରପ୍ରଦେଶ ରୋଲର୍ ସ୍କେଟିଙ୍ଗ ଆସୋସିଏସନ୍ ଦ୍ୱାରା ଆୟୋଜିତ ତିନିଦିନିଆ ତଥା ଚଳିତ ମାସ ୩, ୪ ଓ ୫ ତାରିଖ ରେ ସର୍ବ ଭାରତୀୟ ପ୍ରତିଯୋଗିତାରେ ବ୍ରହ୍ମପୁରର ଦିବ୍ୟାନଶୁ ଦେବ ଜେନା ବ୍ରୋଞ୍ଜ ପଦକ ହାସଲ କରି ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି। ଏହି ଅର୍ଟିଷ୍ଟିକ ପ୍ରତିଯୋଗୀତା ରେ ଦେଶର କୋଣ ଅନୁକୋଣ ରୁ ପ୍ରତିଯୋଗି ମାନେ ଭାଗ ନେଇଥିବା ବେଳେ ୧୦ ରୁ ୧୨ ବର୍ଷ ପ୍ରତିଯୋଗୀତା ରେ ଭାଗ ନେଇ ଦିବ୍ୟାନଶୁ ଏହି ସଫଳତାକୁ ହାତେଇଛନ୍ତି। ଦିବ୍ୟାନଶୁ ପୁର୍ବରୁ ତିନୋଟି ଜାତୀୟ ସ୍ତର ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ବି ଏହି ପ୍ରତିଯଗିତାରେ ମେଡାଲ ଆଣିଵାରେ କୃତକାର୍ଯ୍ୟ ହୋଇ ପାରି ଛନ୍ତି। ସେ ବ୍ରହ୍ମପୁରର K C Group of School ରେ ପଞ୍ଚମ ଶ୍ରେଣୀରେ ପଢନ୍ତି ଏବଂ ଦ ସ୍ପୋର୍ଟସ ଏରିନା ଠାର ଗୁରୁ ତଥା ପିତା ବିଭୂତି ଭୂଷଣ ଜେନା ଙ୍କ ଠାରୁ ଟ୍ରେନିଙ୍ଗ ନିଅନ୍ତି। ଏହି ସଫଳତା ପାଇଁ ସ୍କୁଲ ଅଧକ୍ଷ, ସାଥୀ ଖେଳାଳି ଅଭିବାବକ ଓ ବୁଦ୍ଧୀଯିବି ଙ୍କ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق