ମହାପ୍ରଭୁ ପତିତପାବନ ଜୀଉଙ୍କ ନୃସିଂହ ଅବତାର ବେଶ
ଦଶପଲ୍ଲା ୨୦/୦୭ :- ଦଶପଲ୍ଲା କୁଞ୍ଜବନଗଡ଼ର ମହାପ୍ରଭୁ ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କ ଆଜି ଆଡ଼ପ ମଣ୍ଡପରେ ନୃସିଂହ ଅବତାର ବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ଦଶପଲ୍ଲାର ଗୁଣ୍ଡିଚା ମନ୍ଦିରରେ ଆଜି ଲକ୍ଷ୍ମୀ ନୃସିଂହଙ୍କ ସ୍ଵତନ୍ତ୍ର ପୂଜା କରାଯାଇଥାଏ। ଏହା ମହାପ୍ରଭୁଙ୍କ ୪ର୍ଥ ଅବତାର। ପୁରାଣ ଅନୁସାରେ ଅତ୍ୟାଚାରୀ ହିରନାକ୍ଷକୁ ମହାପ୍ରଭୁ ବରାହ ରୂପ ଧାରଣ କରି ବଧ କରିବା ସହ ପୃଥିବୀକୁ ଉଦ୍ଧାର କରିଥିଲେ। ଏଣୁ ହୀରଣାକ୍ଷର ବଡ଼ ବଡ଼ ଭାଇ ହିରଣ୍ୟ କଶ୍ୟପ ଶ୍ରୀ ବିଷ୍ଣୁଙ୍କ ଉପରେ ପ୍ରତିଶୋଧ ନେବାପାଇଁ ତପସ୍ଯା କରି ବରପ୍ରାପ୍ତି କରିଥିବାବେଳେ ଦେବତା, ଅସୁର, ମଣିଷ କିମ୍ବା ପଶୁ ଦ୍ଵାରା ବଧ ହେବନାହିଁ। ଘରେ ମରିବ ନାହିଁ କି ବାହାରେ ମରିବ ନାହିଁ। ଦିନରେ କିମ୍ବା ରାତିରେ ମରିବ ନାହିଁ । ବରପ୍ରାପ୍ତି ହେବାପରେ ତାର ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଲା । ମାତ୍ର ତାହାର ପୁତ୍ର ପ୍ରହଲ୍ଲାଦ ବିଷ୍ଣୁଙ୍କ ପରମ ଭକ୍ତ ଥିଲା । ଏଣୁ ହିରଣ୍ୟ କଶ୍ୟପ କ୍ରୋଧନ୍ବିତ ହୋଇ ମାରିବାକୁ ଚେଷ୍ଟା କରିଥିଲା। ମାତ୍ର ସେଥିରେ ସେ ଅସଫଳ ହେବାରୁ ବିଷ୍ଣୁ କୋଉଠି ଅଛନ୍ତି ବୋଲି ପଚାରନ୍ତେ ପ୍ରହଲ୍ଲାଦ କହିଲେ ସେ ସବ୍ରତ ବିଦ୍ୟମାନ। ଖୁଣ୍ଟ ମଧ୍ୟରେ ଭଗବାନ ଅଛନ୍ତି କି ବୋଲି ପ୍ରଶ୍ନ କରିବାରୁ ଭକ୍ତ ପ୍ରହଲ୍ଲାଦ ହଁ କରିଥିଲେ। ଏଭଳି କଥା ଶୁଣି ହିରଣ୍ୟ କଶ୍ଯପ ସେ ଖୁଣ୍ଟକୁ ପଦାଘାତ କରନ୍ତି ମହାପ୍ରଭୁ ଅଧା ମଣିଷ ଅଧା ସିଂହ ରୂପ ଧାରଣ କରି ହିରଣ୍ୟ କାଶ୍ୟପକୁ ବଧ କରିବା ସହିତ ପୃଥିବୀକୁ ରକ୍ଷା କରିଥିଲେ। ଏହି ଲକ୍ଷ୍ମୀ ନୃସିଂହ ବେଶ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଶତାଧିକ ଭକ୍ତଙ୍କ ଗହଳି ହୋଇଥିଲା।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق