ମିସାଇଲ ଆକ୍ରମଣ ମଧ୍ୟରେ ବାହାରିନ୍ ରେ ରଥଯାତ୍ରା ।
ଭୁବନେଶ୍ୱର,
ବିଦେଶ ମାଟିରେ ପୁରୀ ଶ୍ରୀମନ୍ଦିର ର ସମୃଦ୍ଧ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ବଜାୟ ରଖି ବାହାରିନ ଓଡ଼ିଆ ସମାଜ ଏବଂ ଇସ୍କନ୍ ବାହାରିନ ମିଳିତ ଆନୁକୁଲ୍ୟରେ ମହାପ୍ରଭୁ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ବେଶ୍ ଧୁମ୍ ଧାମରେ ପାଳିତ ହୋଇ ଯାଇଛି।ମାନାମାସ୍ଥିତ ୨୦୦ ବର୍ଷ ର ପୁରୁଣା ଐତିହାସିକ ଶ୍ରୀ ଜଗନ୍ନାଥ ଜୀ ମନ୍ଦିର ପରିସର ରେ ଥିବା ହିଁ ପବିତ୍ର ରଥଯାତ୍ରା ଆୟୋଜନ କରାଯାଇଥିଲା।
ଏହି ଉତ୍ସବ ପୁରୀ ଶ୍ରୀମନ୍ଦିରର ଚିରନ୍ତନ ପରମ୍ପରା ଏବଂ ସଠିକ୍ ତିଥି ନକ୍ଷତ୍ର କୁ ସମ୍ପୁର୍ଣ ଅନୁସରଣ କରି ଆୟୋଜିତ ହୋଇଥିଲା। ରଥଯାତ୍ରା ଦିନ ଉତ୍ସାହୀ ଓଡ଼ିଆ ଭକ୍ତ ମାନଙ୍କ ଗହଣରେ ପହଣ୍ଡି ବିଜେ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଥିଲା।ଏହା ପରେ ବାହାରିନ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ଅରୁଣ କୁମାର ପ୍ରହରାଜ ପବିତ୍ର ଛେରା ପହଁରା ସେବା ସମ୍ପନ୍ନ କରିଥିଲେ।
ପଶ୍ଚିମ ଏସିଆ ରେ ଚାଲିଥିବା ଯୁଦ୍ଧ ଓ ମିସାଇଲ ଆକ୍ରମଣ ର ଭୟାବହ ପରିବେଶ ମଧ୍ୟରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟାଣିବା ପାଇଁ ପ୍ରାୟ ଆଠ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କର ବିଶାଳ ସମାବେଶ ଦେଖିବାକୁ ମିଳିଥିଲା।ଵାହାରିନ୍ ରେ ଶାନ୍ତି ପୂର୍ଣ୍ଣ ସହବାସ୍ଥାନ ଭାବନା କୁ ପ୍ରତିଫଳିତ କରି ଏହି ରଥ ଯାତ୍ରା ରେ କିଙ୍ଗ ସମୟ ଗ୍ଲୋବାଲ ସେଣ୍ଟର ଫର ପିସ୍ ଫୁଲ୍ କାଏକ୍ସିଷ୍ଟେନ୍ସ ର ବରିଷ୍ଠ ଅଧିକାରୀ ,ବାହାରିନ ଫର ଅଲ୍ ପଦକ୍ଷେପ ର ନିର୍ଦେଶକ,ଭାରତୀୟ ଦୂତାବାସରେ ବରିଷ୍ଠ କୁଟନୀତିଞ୍ଜ ଏବଂ ନେପାଳ ର ରାଷ୍ଟ୍ରଦୂତ ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ବାହାରିନ ପ୍ରବାସୀ ଓଡ଼ିଆ ମାନେ ଚମତ୍କାର ଓଡ଼ିଶୀ ନୃତ୍ୟ ଏବଂ ଭକ୍ତି ସଙ୍ଗୀତ ପରିବେଷଣ କରି ଏହି ୨୦୦ଵର୍ଷ ର ପୁରାଣ ମନ୍ଦିର ପ୍ରାଙ୍ଗଣକୁ ପୁରୀ ର ଚଳଚଞ୍ଚଳ ବଡ଼ଦାଣ୍ଡ ଭଳି ପରିଣତ କରି ଦେଇଥିଲେ।
ଏହି ରଥ ଯାତ୍ରା ପରେ ବାହାରିନ ର ସାଗାଇୟା ଜଗନ୍ନାଥ ମନ୍ଦିର ରେ ନବଦିନାତ୍ମକ ବାର୍ଷିକ ରୀତିନୀତି ଓ ଗୁଣ୍ଡିଚା ମନ୍ଦିର ଉତ୍ସବ ଜାରି ରହିବ।
ସାରା ବିଶ୍ବରେ ଥିବା ଇସ୍କନ ମନ୍ଦିର ଗୁଡିକ ପୁରୀ ଶ୍ରୀମନ୍ଦିର ପ୍ରଶାସନ ର ରୀତି ନୀତି କୁ ସମ୍ମାନ ଜଣାଇ ନିର୍ଧାରିତ ସଠିକ ତିଥି ରେ ସ୍ନାନ ଯାତ୍ରା,ଓ ରଥଯାତ୍ରା ପାଳନ କରିବା ଉଚିତ ବୋଲି ବାହାରିନ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ଅରୁଣ କୁମାର ପ୍ରହରାଜ କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق