ଦୁଃଖଦ ଘଟଣା।ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର। ଲକ୍ଷ୍ମଣାସାହି ରେ ଶୋକର ଛାୟା।
ମୟୁର୍ଭଞ୍ଜ, (ଖୁଣ୍ଟା )- ଦୁଃଖିଆ ମାଝୀ (୩୫) ଡାକ ନାମ ଲେପା। ବାପା ରାମ ଚନ୍ଦ୍ର ମାଝୀ।ଗାଧେଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ଫେରିଥିଲା ତାର ମୃତ ଦେହ। ଏ ଦୁଃଖଦ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲା ଦୂଖିଆ।ଏଭଳି ଦୁଃଖଦ ଘଟଣା ଘଟିଛି, ଖୁଣ୍ଟା ଥାନା ଅନ୍ତର୍ଗତ ଲକ୍ଷ୍ମଣାସାହି ଗ୍ରାମରେ। ପୋଖରୀକୁ ଗାଧେଇବାକୁ ଯାଇ,ଶୀଘ୍ର ନଫେରିବାରୁ ପରିବାର ଲୋକେ ଏବଂ ସାଙ୍ଗ ସାଥି ମାନେ ତାଙ୍କୁ ଚାରିଆଡ଼େ ଖୋଜା ଖୋଜି କରିଥିଲେ। ପୋଖରୀ ତୁଠରେ ପଡିଥିଲା ତାଙ୍କର ଜମା ପ୍ୟାଣ୍ଟ, ମୋବାଇଲ ଏବଂ ଗାଡି ଚାବି। ଯାହା ସମସ୍ତଙ୍କ ସନ୍ଦେହ ସୃଷ୍ଟି କରିଥିଲା କିଛି ଅଘଟଣ ଘଟିଛି ବୋଲି। ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି, ପୋଖରୀ ଭିତରେ ବୁଡି ରହିଥିବା ମୃତକ ଦୁଖିଆ ମାଝୀର ଶବକୁ ଉଦ୍ଧାର କରି, ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେସ ନମ୍ବର ୩୫/୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେଲାବେଳକୁ ଶବ ଘଟଣା ସ୍ଥଳରେ ହିଁ ଥିଲା। ପ୍ରବଳ ବର୍ଷା ଏବଂ ରାତି ହେବାରୁ ଶବ ବ୍ୟବଛେଦ ବିଳମ୍ୱ ହୋଇଛି। ସରକାରୀ ସ୍ତରରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବାକୁ ସବୁ ମହଲରୁ ଦାବୀ ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق