BREAKING
Loading...
:

ଅଚଳ ସୌରଚାଳିତ ପାଣି ଟାଙ୍କି ଓ ନଳକୂପ; ଚୁଆ ପାଣି ଭରସାରେ ବେଲଭଟା ଗ୍ରାମବାସୀ.

 ଅଚଳ ସୌରଚାଳିତ ପାଣି ଟାଙ୍କି ଓ ନଳକୂପ; ଚୁଆ ପାଣି ଭରସାରେ ବେଲଭଟା ଗ୍ରାମବାସୀ.



ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ପଞ୍ଚାୟତ ଅଧୀନସ୍ତ ଦେହେଡ଼ାର ପଡ଼ାଗାଁ ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି।ଗାଁରେ ୬ଟି ଆଦିବାସୀ ପରିବାର ବସବାସ କରୁଥିବାବେଳେ ସରକାରଙ୍କ ପକ୍ଷରୁ ସ୍ଥାପିତ ସୌରଚାଳିତ ପାଣି ଟାଙ୍କି ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଛି। ସେହିପରି ଗାଁର ଏକମାତ୍ର ନଳକୂପ ମଧ୍ୟ ଦୀର୍ଘ ସମୟ ହେଲା ଅଚଳ ଅବସ୍ଥାରେ ରହିଛି।ଫଳରେ ଗ୍ରାମବାସୀମାନେ ବାଧ୍ୟ ହୋଇ ନିକଟସ୍ଥ ପୋଳ ତଳେ ଥିବା ଏକ ଆମ୍ବଗଛ ମୂଳରେ ରହିଥିବା ଚୁଆରୁ ପାଣି ସଂଗ୍ରହ କରି ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି।ବର୍ଷା ଋତୁରେ ଏହି ପାଣି ଦୂଷିତ ହେବାର ଆଶଙ୍କା ଥିବାରୁ ଜଳବାହିତ ରୋଗ ବ୍ୟାପିବାର ଭୟ ମଧ୍ୟ ଦେଖାଦେଇଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବହୁବାର ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ।ତେଣୁ ଅଚଳ ସୌରଚାଳିତ ପାଣି ଟାଙ୍କି ଓ ନଳକୂପର ଶୀଘ୍ର ମରାମତି କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନଙ୍କୁ ଗୁହାରି କରିଛନ୍ତି।ତେବେ କେବେ ବେଲଭଟା ବାସିନ୍ଦାଙ୍କୁ ପାନୀୟଜଳ ଦୁଃଖ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS