ମହାପ୍ରଭୁଙ୍କ ପାଖରେ ଲାଗି ହେଲା ବ୍ରହ୍ମ କମଳ
ଗଣିଆ (ମଣିଭଦ୍ରା ଖବର) କୋଟି ଓଡିଆର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ହେଉଛି ବାହୁଡା ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଜଗନ୍ନାଥ ମନ୍ଦିର । ଗଣିଆରେ ବାସ କରୁଥିବା ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଘରେ ୪ଟି ବ୍ରହ୍ମକମଳ ଫୁଲ ଫୁଟିଥିବା ବେଳେ ସେ ଆଜି ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି । ବେଲପଡାପାଟଣାରେ ଥିବା ଦଧିବାମନ ଜୀଉ ଏବଂ ଗଣିଆ ଜଗନ୍ନାଥଙ୍କୁ ବ୍ରହ୍ମକମଳ ଅର୍ପଣ କରିବା ପରେ ସେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି । ଦୀର୍ଘ ଦିନ ଧରି ତାଙ୍କ ବାଡିରେ ସେ ବ୍ରହ୍ମକମଳ ଗଛ ଲଗାଇଥିବା ବେଳେ ଫୁଲ ଫୁଟିଲେ ମହାପ୍ରଭୁଙ୍କୁ ଅର୍ପଣ କରିବେ ବୋଲି ଆଶା ରଖିଥିବା ବେଳେ ମହାପ୍ରଭୁ ତାଙ୍କ ଆଶା ପୂରଣ କରିଛନ୍ତି । ତେବେ ଆଜି ଗଣିଆର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ରୁ ଅଧିକ ବ୍ରହ୍ମ କମଳ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିବା ପୂଜକ ରବିନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ



إرسال تعليق