BREAKING
Loading...
:

ସାର ଓ ଅନ୍ୟାନ୍ୟ ମୌଳିକ ଦାବୀକୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କଲା ଚାଷୀ ମୁଲିଆ ସଙ୍ଘ।




 ସାର ଓ ଅନ୍ୟାନ୍ୟ ମୌଳିକ ଦାବୀକୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କଲା ଚାଷୀ ମୁଲିଆ ସଙ୍ଘ।

+++++++++++++++++++++++++++

ବନ୍ଧୁଗାଁ ତା,୧୩/୭/୨୬,ଆଜି ବନ୍ଧୁଗାଁ ବ୍ଲକ ରେ ସାର ର ଘୋର ଅଭାବ ଦେଖା ଦେଇଛି । ବନ୍ଧୁଗାଁ ଲ୍ୟାମ୍ପ ରେ ସାରକୁ ନେଇ ପାତର ଅନ୍ତର ଚାଲିଥିବା ବେଳେ କେବଳ ଜମି ପଟା ଥିବା ମାଲିକ , ସାହୁକାର ଓ ଅଳ୍ପ କିଛି ଚାଷୀମାନଙ୍କୁ ସାର ଦିଆ ଯାଉଛି। କିନ୍ତୁ ଗରିବ ଆଦିବାସୀ ମାନେ ଭାଗଚାଷ ଓ ଅନାବାଦୀ ଜମିରେ ଚାଷ କରୁଥିଲେ ବି ସେମାନଙ୍କର ଜମି ପଟା ନଥିବାରୁ  ସାର ପାଇବାରୁ ବଞ୍ଚିତ ହେଉଛନ୍ତି । ଭୂମି ହୀନ, ଭାଗ ଚାଷୀଙ୍କୁ ସାର ମିଳୁ ନଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନି। ଏନେଇ ଆଜି ବନ୍ଧୁଗାଁ ବ୍ଲକରେ ଚାଷୀ ମୁଲିଆ  ସଙ୍ଘ ତହସିଲ ଘେରାଉ କରିଛି।କୋରାପୁଟ ଜିଲ୍ଲା ଚାଷୀ ମୁଲିଆ ସଙ୍ଘର  ସଭାନେତ୍ରୀ କଣ୍ଡାଗୋରୀ ପାଇଡାମା,କାର୍ଯ୍ୟକାରୀ ସଭାପତି ପିଡ଼ିକା ସୁରିଆମା, ସମ୍ପାଦକ ମାଣ୍ଡି  ସ୍ରୀନୁ ,ଯୁଗ୍ମ ସମ୍ପାଦକ କେଣ୍ଡରୁକା ସୁବାରାଓ,କାଡ୍ରାକା ଆଦାନା ଉପସ୍ଥିତିରେ ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ଅନୁବନ୍ଧିତ ଚାଷୀ ମୁଲିଆ  ସଙ୍ଘ ଓଡ଼ିଶା ତରଫରୁ ଏକ ଶୋଭାଯାତ୍ରାରେ ଶହ ଶହ ଆଦିବାସୀ ଲୋକେ ବାହାରି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପରେ ତହସିଲଦାର ସୋନାଲି ପାତ୍ର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଆମ ଦାବି ପୂରଣ ନହେଲେ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଆଦିବାସୀ ସଙ୍ଘ  ଚେତାବନୀ ଦେଇଛି। ଉକ୍ତ ଦାବିକୁ ନେଇ ବନ୍ଧୁଗାଁ ତହସିଲଦାର ଶ୍ରୀମତି ପାତ୍ର ଚାଷୀଙ୍କୁ ବୟାନ ଦେଲେ କି ଯେଉଁ ଚାଷି ଙ୍କ ଠାରେ ଜମି ପଟା ନଥିବା ଚାଷୀ ମାନଙ୍କୁ ସାର ମିଳୁନଥିବା ଏହି  ବିଷୟ ଜାଣିବା ପରେ ଦୁଃଖ ପ୍ରକାଶ କରୁଛି ଓ ଏହି ବିଷୟକୁ ନେଇ ମୁଁ ଜିଲ୍ଲା ଉଚ୍ଚ ଅଧିକାରୀଙ୍କୁ ଅବଗତ କରେଇବି ଓ ବ୍ଲକର ସମସ୍ତ ଚାଷୀ ମାନେ ଯେମିତି ସାର ପାଇ ପାରିବେ ତାକୁ ନେଇ ମୁଁ ଯଥା ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି ଉପସ୍ଥିତ ରହିଥିବା ଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS