ଉଚ୍ଚ ବିଦ୍ୟାଳୟର ୩୭ ତମ ପ୍ରତିଷ୍ଠା ଉତ୍ସବ
ଗଣିଆ ୧୩/୦୭(ମଣିଭଦ୍ରା ଖବର) ଗଣିଆ ବ୍ଲକର ବେଲପଡାପାଟଣାରେ ଥିବା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ୩୭ ତମ ପ୍ରତିଷ୍ଠା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ମହାରଣାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାହ୍ନୁଚରଣ ରାଉତ, ବରିଷ୍ଠ ଶିକ୍ଷକ ସମୀର କୁମାର ମହାପାତ୍ର,ସୁଦାମ ସାହୁ,ମଞ୍ଜୁଲତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୀ ଶିକ୍ଷକ ନବକିଶୋର ମହାରଣା ଅତିଥି ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ଦେଇଥିଲେ । ୩୭ ବର୍ଷ ଧରି ବ୍ଳକ ଗ୍ରାଣ୍ଡ ସ୍କୁଲ ଭାବେ ଅନେକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଏଠାରେ ଶିକ୍ଷାଲାଭ କରି ଛାତ୍ର ଛାତ୍ରୀ ମାନେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି । ତେବେ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଲାଗି ରହିଥିବାରୁ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ମହାରଣା, ଉପସଭାପତି ମୋନାଲିସା ମହାରଣା, ଶିକ୍ଷକ ନିରଞ୍ଜନ ମହାରଣା, ଅକ୍ଷୟ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ


إرسال تعليق