BREAKING
Loading...
:

ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ କିରାଣୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

 ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ କିରାଣୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା 

ଗଣିଆ (ମଣିଭଦ୍ରା ଖବର)  ଗଣିଆରେ ଥିବା ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ କିରାଣୀ ପ୍ରକାଶ କୁମାର ପଟ୍ଟନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡଃ ରମେଶ କୁମାର ଦାଶଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ହୋତା,ଅଧ୍ୟାପକ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ସମେତ  ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । କିରାଣୀ ଶ୍ରୀ ପଟ୍ଟନାୟକ ଜଣେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ପରୋପକାରୀ ବ୍ୟକ୍ତିତ୍ବ ଭାବରେ ବେଶ୍ ଜଣାଶୁଣା ଥିଲେ । ସହକର୍ମୀ ମାନେ ତାଙ୍କର ଗୁଣଗାନ କରିବା ସହିତ ଅବସର ସମୟ ଖୁସିରେ କାଟିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ କିରାଣୀଙ୍କୁ ଉପହାର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ତଥା ପରିବାରକୁ କୃପା ଦୃଷ୍ଟିରେ ଚାହିଁଥାନ୍ତୁ ବୋଲି ଅଧ୍ୟକ୍ଷ ଶ୍ରୀ ଦାଶ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଓଡ଼ିଆ ଅଧ୍ୟାପିକା ଶାନ୍ତିଲତା ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ କ୍ରିଡା ଶିକ୍ଷକ ଶେଷଦେବ ରାଉତ, ଇତିହାସ ଅଧ୍ୟାପକ ତାରିଣୀ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS