ବଣୁଆ ହାତୀ କୁ ମାରି ପୋତି ଦେଲେ।ବନ ବିଭାଗ ଦ୍ବାରା ଫାର୍ମ ହାଉସ ସିଲ୍।ଫାର୍ମ ମାଲିକ ସମେତ ତିନି ଅଟକ। ହିନ୍ଦୋଳ, (ଢେଙ୍କାନାଳ )
ପ୍ରାପ୍ତ ସୂଚନା କ୍ରମେ ତିନି ଚାରି ଦିନ ତଳେ ଏକ ହାତୀ କୁ ମାରି ହିନ୍ଦୋଳ କାନ୍ଦରାଶୁଣୀ ଅଞ୍ଚଳ ରେ ଥିବା ଏକ ଫାର୍ମ ହାଉସ ପରିସର ରେ ପୋତି ଦିଆ ଯାଇ ଥିବାର ସଙ୍ଗୀନ ଅଭିଯୋଗ ପରେ ହିନ୍ଦୋଳ ବନ ବିଭାଗ ଦେଖାଇଛି ତତ୍ପରତା।କର୍ମଚାରୀ ମାନଙ୍କ ଦ୍ଵାରା ଛାନଭିନ୍ ପୂର୍ବକ ହାତୀ ପୋତା ଯାଇଥିବା ସ୍ଥାନ ଚିହ୍ନଟ ପରେ ଖୋଳା ହୋଇ ହାତୀ କୁ ବାହାର କରାଯାଇଛି ବୋଲି ସୂଚନା ମିଳିଛି।ଫାର୍ମ ହାଉସ ର ମାଲିକ ଙ୍କ ସମେତ ତିନି ଜଣ ଙ୍କୁ ଅଟକ ରଖାଯାଇଛି।
ତେବେ ଘଟଣା କ୍ରମେ ହିନ୍ଦୋଳ ଏନ୍ଏସି ର କାନ୍ଦରାଶୁଣୀ ଅଞ୍ଚଳ ୧୪ନମ୍ବର ଓ୍ବାର୍ଡ ଚରଣପୁର ଠାରେ ହିନ୍ଦୋଳ ଆଞ୍ଚଳିକ କଲେଜର କିଛି ଦୂରରେ ମାଲିକ କୁବେର ରାଜ ଙ୍କ ଚାରି ଏକର ଜମି ରେ ଥିବା ଫାର୍ମ ହାଉସ ରେ ହାତୀ ପୋତା ଯାଇଥିବା ନିଜେ ମାଲିକ ସ୍ବୀକାର କରିଛନ୍ତି।ମାଲିକ ଙ୍କ ସୂଚନା କ୍ରମେ ବନ କର୍ମଚାରୀଙ୍କ ଦ୍ଵାରା ଗତ ଅପରାହ୍ନରେ ହାତୀ ପୋତା ଯାଇଥିବା ସ୍ଥାନ ଚିହ୍ନଟ କରାଯାଇଥିଲା। ତେବେ ସେହି ଯାଗା କୁ ବନବିଭାଗ କର୍ମଚାରୀମାନେ ଜଗି ରହିବା ସହିତ ଆବଦ୍ଧ କରିଥିଲେ। ଘଟଣା ସ୍ଥଳକୁ ସାଧାରଣ ଜନତା ଙ୍କୁ ପାଖକୁ ନଯିବା ପାଇଁ ବାରଣ କରାଯାଇଥିଲା। ଜେସିବି ସାହାଯ୍ୟ ରେ ଖୋଳାଯାଇ ହାତୀର ମୃତ ଦେହ କୁ ଉଦ୍ଧାର କରାଯାଇଛି ବୋଲି ଯାହା ସୂଚନା ମିଳିଛି।
ଫାର୍ମ ହାଉସ ଚତୁ଼ଃପାର୍ଶ୍ବରେ ସୋଲାର ଲାଇଟ୍ ଓ ବାଡ଼ ର ବ୍ୟବସ୍ଥା ହୋଇଥିବା ବେଳେ ସୋଲାର ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ଵନ ବିଭାଗ କୁ ଖବର ନଜଣାଇ ତରବରିଆ ଭାବେ ହାତୀ କୁ ପୋତି ଦେବାକୁ କେହି ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି।ତେବେ ହାତୀଟିକୁ ର ଶବ ବ୍ୟବଚ୍ଛେଦ ପରେ ସୌର ବିଦ୍ୟୁତ ଆଘାତ ରେ ଅବା ଅନ୍ୟ କୌଣସି କାରଣରୁ ହାତୀ ର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ।
ଢେଙ୍କାନାଳ ଏସିଏଫ୍ କୁଞ୍ଜ ବିହାରୀ ନାୟକ ଙ୍କ ସମେତ ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀ, ଫରେଷ୍ଟର ଦିପ୍ତୀରନ୍ଜନ ଆଚାର୍ଯ୍ୟ,ଫରେଷ୍ଟ ଗାର୍ଡ ଦିପୁ ରଞ୍ଜନ ଖିଲାର ଓ ହିନ୍ଦୋଳ ପୋଲିସ ଉପସ୍ଥିତିରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଫାର୍ମ ମାଲିକ କୁବେର ରାଜ ଙ୍କ ସମେତ କୁନୁ ଭୁତିଆ,ରାଜୁ ଚୌଧୁରୀ ଙ୍କୁ ବନବିଭାଗ କାର୍ଯ୍ୟାଳୟ ରେ ଅଟକ ରଖାଯାଇଛି।ହାତୀଟିକୁ ମାରି ଦୁର୍ବୃତ୍ତମାନେ ଦାନ୍ତ ଲୁଟି ନେଇଥିବାର ସନ୍ଦେହ କରାଯାଉଥିଲେ ମଧ୍ୟ ପଶୁ ବିଶେଷଜ୍ଞ ଙ୍କ ମତରେ ଏହା ପଚିଶି ରୁ ତିରିଶ ବର୍ଷ ହାତୀ ଯାହାର ଦାନ୍ତ ନଥାଏ ମାଖନା ବୋଲି କୁହାଯାଏ ବୋଲି କୁହନ୍ତି।
ପ୍ରକାଶ ଥାଉ କି କୁବେର ରାଜ ଙ୍କର ଫାର୍ମ ହାଉସ ୪ ଏକର ଜାଗା ରେ ହୋଇଥିବା ବେଳେ ସେ ନିଜ ଫାର୍ମ ହାଉସ ଟି କୁ ୮ ଏକର ପର୍ଯ୍ୟନ୍ତ ବିସ୍ତୃତ ଜମି ରେ ନିଜର ମାଲିକାନା ଜାହିର କରୁଥିବାର ସୂଚନା ରାଜସ୍ବ ଅଧିକାରୀ ଙ୍କ ପାଖରେ ଖବର ନାହିଁ ବୋଲି ଯାହା ଶୁଣିବାକୁ ମିଳୁଛି।ଅପାରଗ ବନ ବିଭାଗ ଯୋଗୁଁ ହିନ୍ଦୋଳ ରେ ହାତୀ ଜନିତ ମୃତ୍ୟୁ ସଂଖ୍ୟା ତଥା ହାତୀ ମାନଙ୍କ ର ମୃତ୍ୟୁ ବଢ଼ି ଚାଲିଥିବା ବେଳେ ଜମି ତଥା ହାତୀ ର ଶବ ହଡପକାରୀ ଙ୍କ ଚାଲିଚଳନ ତଥା ମତିଗତି ଉପରେ ଢେଙ୍କାନାଳ ଡିଏଫ୍ଓ ଏବଂ ଜିଲ୍ଲାପାଳ ମହୋଦୟଏଥିପ୍ରତି ଦୃଷ୍ଟି ଦେଲେ ହୁଏତ ଆହୁରି କିଛି କେଳେଙ୍କାରୀ ପଦାକୁ ଆସିବ ବୋଲି ଆଶା କରାଯାଇ ପାରେ।ମାଲିକ କୁବେର ରାଜ ଙ୍କର ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ସହିତ ଘନିଷ୍ଠତା ଥିବା ବେଳେ ହିନ୍ଦୋଳ ଗ୍ରସ୍ତ ସମୟ ରେ ହେଉ ଅବା ଅନ୍ୟ କୌଣସି କାମ ରେ ହିନ୍ଦୋଳ ରାସ୍ତା ଦେଇ ଗଲା ବେଳେ ଏହି ଫାର୍ମ ହାଉସ ରେ ବିଶ୍ରାମ ନେଇଥାନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق