ହେଡଲାଇନ୍: ବରଗଡ଼ରେ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ଅନିୟମିତତା: ସାଇକୃପା ହସ୍ପିଟାଲକୁ ନିଲମ୍ବିତ କଲା ରାଜ୍ୟ ସରକାର
ବରଗଡ଼ ଜିଲ୍ଲାରୁ ଆସିଲା ଏକ ବଡ଼ ଖବର। ସ୍ୱାସ୍ଥ୍ୟ ସେବାର ନାଁରେ ଚାଲିଥିଲା ବଡ଼ ଧରଣର ଲୁଟ୍। ଆୟୁଷ୍ମାନ ଭାରତ ଯୋଜନାର ଫାଇଦା ଉଠାଇ ଗରିବ ରୋଗୀଙ୍କ ପକେଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବରଗଡ଼ର 'ସାଇକୃପା ପଲି କ୍ଲିନିକ୍ ଆଣ୍ଡ ହସ୍ପିଟାଲ' ବିରୋଧରେ ଏବେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ। ସରକାରଙ୍କ ନିର୍ଦ୍ଦେଶରେ ଏହି ହସ୍ପିଟାଲକୁ ନିଲମ୍ବନ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ପୂର୍ବ ସରକାର ସମୟରେ କାହା ଛତ୍ରଛାୟାରେ ଏତେ ବଡ଼ ଦୁର୍ନୀତି ଚାଲିଥିଲା?"
"ବରଗଡ଼ ସହରର ଜଣାଶୁଣା ସାଇକୃପା ପଲି କ୍ଲିନିକ୍ ଆଣ୍ଡ ହସ୍ପିଟାଲ। ସରକାରୀ ଯୋଜନାରେ ମାଗଣା ଚିକିତ୍ସା ମିଳିବା କଥା, କିନ୍ତୁ ଏଠି ଚାଲିଥିଲା ଓଲଟା ଚିତ୍ର। ମିଳିଥିବା ସୂଚନା ଅନୁଯାୟୀ, Late ଦ୍ରୌପଦୀ ବେନ୍ତକାର ନାମ୍ନୀ ଜଣେ ରୋଗୀ ଯିଏ କି ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀ ଥିଲେ, ତାଙ୍କଠାରୁ ହସ୍ପିଟାଲ କର୍ତ୍ତୃପକ୍ଷ ୪୨,୦୦୦ ଟଙ୍କା ବେଆଇନ ଭାବେ ଆଦାୟ କରିଥିଲେ। ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ରୋଗୀଙ୍କୁ ନଗଦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। ଏତିକିରେ ସରିନି, ତଦନ୍ତରେ ହସ୍ପିଟାଲରୁ PC-PNDT ଆଇନ ଉଲ୍ଲଂଘନ ହୋଇଥିବା ମଧ୍ୟ ପ୍ରମାଣ ମିଳିଛି।
ସବୁଠାରୁ ବଡ଼ କଥା ହେଉଛି, ପୂର୍ବ ସରକାର ସମୟରେ ବରଗଡ଼ର କିଛି ତୁଙ୍ଗ ନେତାଙ୍କ ସହିତ ଏହି ହସ୍ପିଟାଲର ଘନିଷ୍ଠ ସମ୍ପର୍କ ଥିବା ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଉଥିଲା। ସେହି ନେତାଙ୍କ ଆଶୀର୍ବାଦ ରହିଥିବାରୁ ହିଁ ହସ୍ପିଟାଲ କର୍ତ୍ତୃପକ୍ଷ ଏତେ ବଡ଼ ଦୁଃସାହସ କରିପାରୁଥିଲେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।
କିନ୍ତୁ ଏବେ ସରକାର ବଦଳିଛି। ରାଜ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ସମିତି ଦ୍ୱାରା ଏହି ହସ୍ପିଟାଲକୁ ତୁରନ୍ତ ନିଲମ୍ବିତ କରାଯାଇଛି। ୫ ଦିନ ଭିତରେ ସ୍ପଷ୍ଟୀକରଣ ରଖିବାକୁ ହସ୍ପିଟାଲକୁ ନୋଟିସ୍ ଦିଆଯାଇଛି। ବର୍ତ୍ତମାନର ସରକାରଙ୍କ ଏଭଳି କଠୋର ପଦକ୍ଷେପ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲିଥିବା ଦୁର୍ନୀତିଖୋରମାନଙ୍କ ମଧ୍ୟରେ ଏବେ କମ୍ପନ ସୃଷ୍ଟି କରିଛି। ଆଗାମୀ ଦିନରେ ଏହି ଘଟଣାରେ ଆଉ କେଉଁମାନଙ୍କ ମୁଖା ଖୋଲୁଛି, ତାହା ଦେଖିବାକୁ ବାକି ରହିଲା।"
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق