ଦିବଂଗତ ବ୍ୟକ୍ତି ମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ଢେଙ୍କାନାଳ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ
(ହିନ୍ଦୋଳ) -:
ଢେଙ୍କାନାଳ-ଅନୁଗୋଳ ସଂସଦୀୟ କ୍ଷେତ୍ରର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଦିବଂଗତ ବ୍ୟକ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ ସାଂସଦ। ପୂର୍ବତନ ସାଂସଦ ତଥା ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ମହେଶ ସାହୁ ହିନ୍ଦୋଳ ଗ୍ରସ୍ତକରି ହିନ୍ଦୋଳ ଏନଏସି ଗୁଣ୍ଡିଚାମଣ୍ଡପ ସାହିର ପରଲୋକଗତ ଲୋଚନ ସେଠିଙ୍କ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ବିଜେଡିର ବରିଷ୍ଠକର୍ମୀ ୱାର୍ଡନଂ୧ ବାସିନ୍ଦା ସୁକାନ୍ତ ସାମଲଙ୍କ ମାତାଙ୍କ ଦେହାନ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ବଜ୍ରପାତରେ ପରଲୋକ ହୋଇଥିବା ସମୀର ରାଉତଙ୍କ ଶବବ୍ୟବଚ୍ଛେଦ ସ୍ଥଳରେ ପହଂଚି ଶେଷଦର୍ଶନ କରି ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି। ଏଥିସହ ଶବବ୍ୟବଚ୍ଛେଦ ସ୍ଥାନ,ଗୃହର ଅବ୍ୟବସ୍ଥା,ପାନୀୟଜଳ,ଲାଇଟ ବ୍ୟବସ୍ଥା ନଥିବାସହ ଡାକ୍ତରଖାନା ଠାରୁ ବହୁତ ଦୂରରେ ଥିବା ସେହିସ୍ଥାନ ଲଟିବୁଦା ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି ହେଉଥିବାକୁ ଦେଖି କ୍ଷୋଭ ପ୍ରକାଶ କରିବାସହ ତୁରନ୍ତ ପ୍ରଶାସନ,ସ୍ୱାସ୍ଥ୍ୟ ବିଭାଗ ମେଡିକାଲ ପରିସରରେ ଶବବ୍ୟବଚ୍ଛେଦ ବ୍ୟବସ୍ଥାସହ ଉପରୋକ୍ତ ସମସ୍ତ ଅବ୍ୟବସ୍ଥାକୁ ସୁଧାରିବାକୁ ଦାବି କରିଛନ୍ତି।ପୂର୍ବତନ ସାଂସଦଙ୍କ ଏହି ଗ୍ରସ୍ତ ରେ ହିନ୍ଦୋଳ ଏନଏସି ବିଜେଡି ସଭାପତି ପ୍ରଦ୍ୟୁମ୍ନ ବେହେରା,ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ,ଜିଲ୍ଲାସମ୍ପାଦକ ପ୍ରଶାନ୍ତ ଦାସ,ପୂର୍ବତନ କାଉନସିଲର ରମେଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق