BREAKING
Loading...
:

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

 



ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ 

ଲାଞ୍ଜିଗଡ଼,-  ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ଓ ବର୍ଷା ସହିତ ବଜ୍ରପାତ ହୋଇଥିବାବେଳେ ଏଥିରେ ଜଣେ ମହିଳା କନକ ବେହେରା (୪୯)ଙ୍କ ମୃତ୍ୟୁ ଘଟିଛି। କନକ   ଅନ୍ୟ ତିନିଜଣ ମହିଳାଙ୍କ ସହିତ ମିଶି  ବିଶ୍ୱନାଥପୁରରୁ ନିଜ ଗାଁ ଦାରପଟାକୁ ଫେରୁଥିଲେ। ସେହି ସମୟରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ହୋଇଥିଲା। ସେହି ସମୟରେ ହୋଇଥିବା ବଜ୍ରାଘାତରେ କନକଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକଙ୍କ ସହିତ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବିଶ୍ୱନାଥପୁର ଥାନାରେ ୦୩/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଲାଞ୍ଜିଗଡ଼ସ୍ଥିତ ଶବ ବ୍ୟବଛେଦ ଗୃହରେ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଗାଁରେ ଶବ ପହଞ୍ଚିବା ପରେ ଏକ ଶୋକାକୁଳ ପରିସ୍ଥିତିରେ ଦାହସଂସ୍କାର କରାଯାଇଛି। ମୃତ ମହିଳାଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଅସହାୟ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । 


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ଡ଼ଟ୍ 

Post a Comment

أحدث أقدم
Header ADS