ଶୁଣ୍ଢିପଦରକୁ ଗଡିଲା ମୁଖ୍ୟମନ୍ତ୍ରୀ ବସ ସେବା, ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିପୁଳ ସ୍ବାଗତ
ବୌଦ୍ଧ:-:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶୁଣ୍ଢ1ପଦର ଗ୍ରାମରେ ପହଞ୍ଚି ଥିଲା ମୁଖ୍ୟମନ୍ତ୍ରୀ ବସ ସେବାର ବସ୍ l ସ୍ଥାନୀୟ ଲୋକେ ବସକୁ ବିପୁଳ ସ୍ବାଗତ କରିଥିଲେ | ଶୁଣ୍ଢ1 ପଦର ପର୍ଯ୍ୟନ୍ତ ମୁଖ୍ୟ ମନ୍ତ୍ରୀ ବସ୍ ସେବା ଯୋଗାଇ ଦେବାକୁ ପଞ୍ଚାୟତବାସୀ ବହୁ ଦିନରୁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ l ବିଭିନ୍ନ ସମୟରେ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବି ମଧ୍ୟ କରା ଯାଇଥିଲା l ଆଜି ପ୍ରଥମ କରି ଉକ୍ତ ବସ ଶୁଣ୍ଢ1 ପଦର ଠାରେ ପହଞ୍ଚିବା ପରେ ଲୋକଙ୍କ ମନରେ ଖୁସି ଦେଖିବାକୁ ମିଳିଥିଲା l ସରପଞ୍ଚ ଶ୍ରୀମତୀ ସୁଜାତା ଭୋଇଙ୍କ ସମେତ ସମାଜସେବୀ ଦେବଦତ୍ତ ବସ୍ତିୟା, ବଶିଷ୍ଠ ପ୍ରଧାନ, ଶ୍ରୀରାମ ମହାକୁଡ, ୱାର୍ଡ ସଭ୍ୟ ସାଲତମା ତଣ୍ଡିଆ, ସତ୍ୟଭାମା ପ୍ରଧାନ ଓ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ରହି ବସକୁ ସ୍ବାଗତ କରିଥିଲେ |ଶେଷରେ ଜିଲ୍ଲା ପ୍ରଶାସନ, ଡିଏମ ଓଏସଆରଟିସିଙ୍କ ସମେତ ବ୍ଲକ ସୁପରଭାଇଜର ଓଏସ ଆରଟିସିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق