BREAKING
Loading...
:

କଟକ ବାରବାଟି ବରିଷ୍ଠ ନାଗରିକ ସଙ୍ଘ ର ରଜ ମହୋତ୍ସବ ପାଳନ*

 



*କଟକ ବାରବାଟି ବରିଷ୍ଠ ନାଗରିକ ସଙ୍ଘ ର ରଜ ମହୋତ୍ସବ ପାଳନ* 

କଟକ ବାରବାଟି ବରିଷ୍ଠ ନାଗରିକ ସଙ୍ଘ ର ରଜ ମହୋତ୍ସବ ପିଠାପୁର ସ୍କୁଲ ପ୍ରାଙ୍ଗଣରେ ମହା ଆଡମ୍ବରରେ ପାଳନ ହୋଇଯାଇଛି। ସଭାପତି ଶ୍ରୀ ତୁଷାର ମହାପାତ୍ର ଓ ସମ୍ପାଦକ ମନୋଜ ମହାପାତ୍ର ଙ୍କ ପରିଚାଳନା ରେ ସମସ୍ତ ସଭ୍ୟ ସଭ୍ୟା ଭାଗନେଇ ଭାବର ଆଦାନ ପ୍ରଦାନ, କବିତା ପାଠ, ସଂଗୀତ ପରିବେଷଣ ସହିତ ପୋଡ଼ପିଠା ଓ ସ୍ୱାଦିଷ୍ଟଖାଦ୍ୟ ସେବନ କରି ଏହି ଉତ୍ସବ କୁ ଉପଭୋଗ କରିଥିଲେ।ସଭାରେ ବରିଷ୍ଠ ନାଗରିକ ଙ୍କ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ବିଶେଷ ଆଲୋଚନା ମଧ୍ୟ ହୋଇଥିଲା। ପଞ୍ଚମ ବାର୍ଷିକ ଏହି ଉତ୍ସବ ରେ ସ୍ଥାନୀୟ ବିଜେପି ନେତା ଶ୍ରୀ ଲଲାଟେନ୍ଦୁ ବଡୁ ଯୋଗଦେଇ ଏହି ମହତ ଉଦ୍ୟମ କୁ ଭୁୟସୀ ପ୍ରଶଂସା କରିଥିଲେ।ଶେଷରେ ଶ୍ରୀ ବିଜୟ କୁମାର ମହାପାତ୍ର ସଭିଙ୍କୁ ରଜ ପାନ ଅର୍ପଣ କଲା ପରେ ଶ୍ରୀ ବିଜୟ କୁମାର ବେହେରା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS