ସରକାରୀ ଯାନକୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
କେନ୍ଦ୍ରାପଡା- :
ଅତିରିକ୍ତ ଜିଲ୍ଲାପାଳଙ୍କ ଅମାନିଆ କାମ । ଭୂଲିଯାଇଛନ୍ତି ଦେଶର ଜରୁରୀକାଳୀନ ପରିସ୍ଥିତି । ଯେତେବେଲେ ସାରା ଦେଶରେ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ଜନକ ସ୍ଥିତି ଲାଗିରହିଛି ଠିକ୍ ସେତିକି ବେଳେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନାଙ୍କ ଏଭଳି ସରକାରୀ ଯାନକୁ ବେନିୟମ ଭାବରେ ବ୍ୟକ୍ତିଗତ କାମରେ ଲଗାଇବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ କିଛି ଦିନ ପୂର୍ବରୁ ସାରା ଦେଶରେ ମନ୍ତ୍ରୀ, ରାଜନେତା, ବିଚାରପତି ଓ ବରିଷ୍ଠ ବୁଦ୍ଧିଜୀବୀ ମାନେ ସାଇକେଲ ଚଳାଇ ନିଜ କର୍ମକ୍ଷେତ୍ରକୁ ଯାତ୍ରା କରିଥିଲେ । ସେଥିରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା କିଛି ଗ୍ରହଣ କରି ପାରିଲେ ନାହିଁ । ସରକାରୀ ଯାନକୁ ରାତି ଦଶଟା ସମୟରେ ଗାଡ଼ିର ନାମ ଫଳକ ଉପରେ କଳା କପଡ଼ା ବାନ୍ଧି ସପିଙ୍ଗ ମଲ୍ ବୁଲୁଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق