ବିନା ବିବାହରେ ସମ୍ପର୍କ ଚରିତ୍ରରେ ଦାଗ ନୁହେଁ, ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ
ବିନା ବିବାହରେ ସମ୍ପର୍କ ଚରିତ୍ରରେ ଦାଗ ନୁହେଁ। ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଦୁଇ ଅବିବାହିତ ଯୁବକ-ଯୁବତୀ ସହମତିରେ ଶାରୀରିକ ସମ୍ପର୍କ ରଖିଲେ ତାହା କାହାରି ଚରିତ୍ରକୁ ପ୍ରତିଫଳିତ କରେ ନାହିଁ । ସମ୍ପର୍କ ଭାଙ୍ଗିଗଲେ ତାହାକୁ ପ୍ରତାରଣା କୁହାଯିବ ନାହିଁ କିମ୍ବା ଏହା କୌଣସି ବ୍ୟକ୍ତିଙ୍କର ଚରିତ୍ରରେ ଦାଗ ନୁହେଁ ।
ଏପରି କୌଣସି ଆଇନ ନାହିଁ, ଯାହା ନିଜ ପସନ୍ଦରେ ସମ୍ପର୍କ ରଖିବାକୁ ରୋକିପାରିବ । ତେଲେଙ୍ଗାନା ପୋଲିସ ନିଯୁକ୍ତି ବୋର୍ଡର ଏକ ମାମଲାର ଶୁଣାଣି ସମୟରେ ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୂଚନା ଅନୁସାରେ, ଜଣେ କନେଷ୍ଟବଳ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ମିଛ ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ସଂପୃକ୍ତ ଯୁବତୀ ୨୦୧୪ରେ ଅଭିଯୋଗ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆପୋସ ବୁଝାବଣା ହୋଇଥିଲେ ମଧ୍ୟ ନିଯୁକ୍ତି ବୋର୍ଡ ଅଭିଯୁକ୍ତଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ ।
ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ଏ ବିଷୟରେ ପୁନଃବିଚାର କରିବାକୁ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ଜଣେ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଆଇନ ଆଗରେ ସେ ନିର୍ଦ୍ଦୋଷ । ଅଭିଯୋଗକାରିଣୀ ମଧ୍ୟ ଅଭିଯୋଗକୁ ଆଗକୁ ନବଡାଇ ବୁଝାବଣା କରିଥିଲେ । ଏଣୁ ବୋର୍ଡ ନିଯୁକ୍ତିକୁ ରଦ୍ଦ କରିବାର କୌଣସି ଆଧାର ନଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق