BREAKING
Loading...
:

ପ୍ରକୃତିର ତାଣ୍ଡବ,କାଳି ବୈଶାଖୀ ଝଡ ତୋଫାନରେ ଦୋହଲିଗଲା ଘଣ୍ଟାପଡ଼ା ଅଞ୍ଚଳ ।

 ପ୍ରକୃତିର ତାଣ୍ଡବ,କାଳି ବୈଶାଖୀ ଝଡ ତୋଫାନରେ ଦୋହଲିଗଲା ଘଣ୍ଟାପଡ଼ା ଅଞ୍ଚଳ ।



ବୌଦ୍ଧ :-ପ୍ରକୃତିର ତାଣ୍ଡବଲୀଳାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ଅଂଚଳରେ ଅପରାହ୍ନ ସମୟରେ ହଠାତ ମାଡ଼ି ଆସିଲା କାଳବୈଶାଖୀ ।ଅତି କ୍ଷିପ୍ର ଝଡ ତୋଫାନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା । କେବଳ ଅଧଘଣ୍ଟାରେ ଉଜାତି ଦେଲା ବଡବଡ ଗଛ, ଘର ଦ୍ଵାର ସହ ବିଦ୍ୟୁତଖୁଣ୍ଟ । ଏପରିକି ଧାନ ମଣ୍ଡିରେ ଥିବା ଧାନ ବସ୍ତାକୁ ମଧ୍ୟ ପବନରେ ଉଡ଼େଇ ନେଇ ବର୍ଷାରେ ଭିଜିଲା ଧାନ । ଚିନ୍ତାରେ ଚାଷି । ଘଣ୍ଟାପଡ଼ା ଅଞ୍ଚଳର ଘଣ୍ଟାପଡ଼ା, ଆମ୍ବଗାଁ, ଖୁଣ୍ଟିଗୋରା, କୁଲୁତାଯୋର ଆଦି ସ୍ଥାନମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଖୁଣ୍ଟିଗୋରା ଅଞ୍ଚଳର ଦେଓଗାଁ, ଖମନମୁଣ୍ଡା ଆଦି ବିଭିନ୍ନ ଫଡ଼ି ଘର ସମ୍ପୁର୍ଣ୍ଣ ଉଡ଼େଇ ଚୂରମାର କରିଦେଇଛି।ସେହିପରି ଖୁଣ୍ଟିଗୋରା,ଘଣ୍ଟାପଡ଼ା,କୁଲୁତାଯୋର ଧାନ ମଣ୍ଡିରେ ଧାନବସ୍ତା ସଂପୂର୍ଣ୍ଣ ଭିଜି ଚାଷିକୁ ଚିନ୍ତାଗ୍ରସ୍ତ କରିଦେଇଛି । ଯଦିଓ ପ୍ରଚଣ୍ଡ ରୌଦ୍ରତାପରୁ ତ୍ରାହି ମିଳିଛି, ବିଦ୍ୟୁତ ସେବା ବ୍ୟାହତ ଯାହାକି ଜନ ସାଧାରଣଙ୍କୁ ଅତଃ ବ୍ୟସ୍ତ କରିଦେଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS