ଦଶପଲା ପ୍ରିମିଅର୍ ଲିଗ୍ ଫାଇନାଲ ମ୍ୟାଚରେ କୁଆଁରିଆ ବ୍ଲାଷ୍ଟର ଦଳ ବିଜୟୀ
ଦଶପଲ୍ଲା ୦୯/୦୬ :- ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗାନ୍ଧି ମଇଦାନ ଠାରେ ଦଶପଲ୍ଲା କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଦଶପଲ୍ଲା ପ୍ରିମିଅର୍ ଲିଗ୍ ସିଜିନ୍ - ୪ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ, ଦଶପଲ୍ଲା ଏନ୍.ଏ.ସି ବିଜେପି ର ପ୍ରଭାରୀ ପ୍ରଦୋଷ କୁମାର ଜେନା, ଦଶପଲ୍ଲା ଏନ୍.ଏ.ସି ୦୧ ନଂ ୱାର୍ଡର କାଉନସିଲର ସୁଶାନ୍ତ କୁମାର ସିଠ, କୁଆଁରିଆ ରେଷ୍ଟ୍ରୁରାଣ୍ଟ ପ୍ରୋପାଇଟର୍ ସୁବ୍ରତ କୁମାର ଦାସ ଯୋଗ ଦେଇଥିଲେ। ଆଜି ଡି.ପି.ଏଲ୍ ଫାଇନାଲ୍ ର ପ୍ରଥମ ମ୍ୟାଚରେ ବ୍ୟାଟିଂ କରି କୁଆଁରିଆ ବ୍ଲାଷ୍ଟର ୧୧ ଦଳ ୧୫ ଓଭରରେ ୧୬୦ ରନ୍ ସଂଗ୍ରହ କରିଥିବା ବେଳେ ଇଗଲ୍ସ ଇଲେଭେନ୍ ୧୧ ଦଳ ୧୫ ଓଭରରେ ୧୪୩ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି କୁଆଁରିଆ ବ୍ଲାଷ୍ଟର ଦଳ ବିଜୟ ଲାଭ କରିଥିଲା। ଏହି ଦଳର ସିତେଶ୍ ମହାନ୍ତି (ସିତୁ) ୨୬ ବଲରେ ଧୂଆଁଧାର ୫୧ ରନ୍ ସଂଗ୍ରହ କରିଥିଲେ।
ଦଶପଲ୍ଲା ପ୍ରିମିଅର୍ ଲିଗ୍ ଟିମ୍ ର ବିଜୟ କୁମାର ନାୟକ, ସୁକାନ୍ତ ବଳିଆରସିଂ, କେଶବ ମିଶ୍ର, ସୁବାସ ଚନ୍ଦ୍ର ମହାନ୍ତି, ସିତେଶ ମହାନ୍ତି, ଆଲୋକ ବେହେରା, ରଜତ ତାରେଣିଆ, ସୁଶାନ୍ତ କୁମାର ମହାପାତ୍ର, ସୁଭାଶିଷ୍ ସାହୁ, ଅମିତ୍ ସାହୁ, କୃଷ୍ଣଚନ୍ଦ୍ର ସିଠ, ପବିତ୍ର ବେହେରା, ରାଧାମାଧବ ବାରିକ, ପ୍ରଶାନ୍ତ ସ୍ୱାଇଁ, ଦିବାକର ବେହେରା ଓ ସୌମ୍ୟରଞ୍ଜନ ସ୍ୱାଇଁ ପ୍ରମୁଖ ଡି.ପି.ଏଲ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق