ଅଂଶୁଘାତରେ କେନ୍ଦୁପଲ୍ଲୀର ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ
ବାଙ୍କୀ ,୩/୬ (ମାନସ ରଞ୍ଜନ ସାହୁ ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତସ୍ଥ ଗୋପବନ୍ଧୁନଗର ଗ୍ରାମର ବାସିନ୍ଦା କରୁଣାକର ବେହେରା (୭୦) ଆଜି ଅଂଶୁଘାତରେ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକଙ୍କ ପକ୍ଷରୁ ପ୍ରକାଶ । ସୂଚନ ଥାଉକି ସେ ଖରାବେଳେ ପୋଖରୀକୁ ଶୌଚ ହୋଇ ଫେରିବା ବେଳକୁ ଅଚେତ ହୋଇ ପଡିଥିଲେ । ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ଜଣାପଡିବ । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ ବାଙ୍କୀ ତହସିଲଦାରଙ୍କ ମିଳିତ ତଦନ୍ତ ହେବ ବୋଲି ବାଙ୍କୀ ଉପଖଣ୍ଡ ଚିକିକତ୍ସାଳୟ ଅଧିକ୍ଷକ ଡାକ୍ତର ଆଲୋକ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق