BREAKING
Loading...
:

ଦ୍ଵାରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

 ଦ୍ଵାରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ



ଦଶପଲ୍ଲା ୧୩/୦୬ :- ଦଶପଲ୍ଲା ବ୍ଲକ୍ ଡିହଗାଁ ପଞ୍ଚାୟତ ଅନ୍ତର୍ଗତ ଦ୍ୱାରଗାଁ ଠାରେ ପ୍ରୋଗ୍ରେସ୍ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ, "କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ - ୨୦୨୬" ର ଉଦଘାଟନୀ ଦିବସ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ଡିହଗାଁ ପଞ୍ଚାୟତର ସମାଜସେବୀ ଫକୀର ମୋହନ ଦଳେଇ, ସରିଗଣ୍ଡା ପଞ୍ଚାୟତ ସମିତି ସଭ୍ୟ ଅମୀୟ କୁମାର ନାୟକ, ଗ୍ରାମର ୱାର୍ଡ ମେମ୍ବର ନୀଳ ସେଠୀ, ସଭାପତି ବୈକୁଣ୍ଠ ନାୟକ, ଶ୍ରୀଧର ପ୍ରଧାନ, ବିଦ୍ୟାଧର ପ୍ରଧାନ ଯୋଗ ଦେଇଥିଲେ। ଆଜି ଉଦଘାଟନୀ ଦିବସର ପ୍ରଥମ ମ୍ୟାଚ୍ ରେ ଦ୍ୱାରଗାଁ କ୍ରିକେଟ୍ କ୍ଲବ୍ ୧୦ ଓଭରରେ ମୂଲ୍ୟବାନ୍ ୦୫ ଗୋଟି ୱିକେଟ୍ ହରାଇ ୧୩୬ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଡିହଗାଁ ମା ଦକ୍ଷିଣକାଳୀ କ୍ରିକେଟ୍ କ୍ଲବ୍ ୧୦ ଓଭରରେ ମୂଲ୍ୟବାନ୍ ୦୪ ଗୋଟି ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି ଦ୍ୱାରଗାଁ କ୍ରିକେଟ୍ କ୍ଲବ୍ ବିଜୟ ଲାଭ କରିଥିଲା। ଏହି ଦଳର ସିତୁ ଜେନା ୧୩ ବଲ୍ ରେ ଧୂଆଁଧାର ୪୦ ରନ୍ ସଂଗ୍ରହ କରିଥିଲେ।


ଦ୍ୱାରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କମିଟିର ଅରୁଣ ନାୟକ, ରାଜେଶ ପ୍ରଧାନ, ପବିତ୍ର ନାୟକ, ପ୍ରବୀଣ ସାହୁ, ଜ୍ଞାନ ରଞ୍ଜନ ଜେନା, ଜ୍ୟୋତିରଞ୍ଜନ ଜେନା, ପ୍ରିୟରଞ୍ଜନ ଦାସ, ପବିତ୍ର ପରିଡ଼ା, ବିଶ୍ୱପ୍ରକାଶ ପ୍ରଧାନ ଓ ମିଥୁନ ଗୁରୁ ପ୍ରମୁଖ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS