BREAKING
Loading...
:

ଆର୍ଯ୍ୟକନ୍ୟା ଗୁରୁକୁଳରେ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ

 ଆର୍ଯ୍ୟକନ୍ୟା ଗୁରୁକୁଳରେ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ 



ବେଲଗୁଣ୍ଠା,-, ବେଲଗୁଣ୍ଠା ବ୍ଳକ୍ ତନରଡ଼ା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୁଳରେ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ବରାଡ଼ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନ ବିଦ୍ୟାଳୟ ନୀରିକ୍ଷକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡାକ୍ତର ପୋଲେଇ ଏବଂ ସିଆରସିସି ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ,କର୍ମଚାରୀ ଏବଂ ଛାତ୍ରୀଙ୍କୁ ନେଇ ଏକ ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସକାଳ ଆଠ ଘଣ୍ଟା ସମୟରେ ଛାତ୍ରୀମାନେ ପ୍ଲା କାର୍ଡ ସହିତ ଗ୍ରାମ ପରିକ୍ରମା କରି ବିଦ୍ୟୁତର ସୁବିନିଯୋଗ,ବିଦ୍ୟୁତ ଚୋରି ଏବଂ ଅପଚୟକୁ ବନ୍ଦ କରିବା,ବିଦ୍ୟୁତ ବ୍ୟବହାରରେ ସାବଧାନତା ଅବଲମ୍ବନ କରିବା ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS